Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର: ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ଅପରାଧ

ବାଣପୁର: ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

March 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ହୋଇପଡିଛନ୍ତି। ବର୍ତ୍ତମାନ ଚିଲିକା ବିଧାୟକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।

ସୂଚନା ଅନୁଯାୟୀ, ଆଜି ବାଣପୁରରେ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଥିବାରୁ ବିଜେପିର କର୍ମୀମାନେ ଏକ ବଡ ଶୋଭାଯାତ୍ରା କରୁଥିଲେ। ବିଜେପିର ହଜାର ହଜାର କର୍ମୀ ସମ୍ମୁଖରେ ପହଞ୍ଚିଥିବା ବେଳେ ଅନୁରୂପ ଭାବେ ଚିଲିକା ବିଧାୟକ ସେହି ଶୋଭାଯାତ୍ରା ମଧ୍ୟରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। ଏପରିକି କର୍ମୀ ରାସ୍ତା ନଛାଡିବାରୁ ବିଧାୟକଙ୍କ ନିଜ ଗାଡିକୁ ଜୋରରେ ଗଡେଇଦେଇଥିଲେ। ଫଳରେ ବାଣପୁର ଆଇଆଇସିଙ୍କ ସମେତ ବହୁ ବିଜେପି ମହିଳା କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି।  ମହିଳାଙ୍କ ସହ ଧକ୍କା ହେବା ପରେ ୪ରୁ ୫ ଜଣ ମହିଳା ଆହତ ହୋଇଥିଲେ। ଏଥିରେ କିଛି ପୋଲିସ କର୍ମୀ ମଧ୍ୟ ଆହାତ ହୋଇଥିବା ସୂଚନା ରହିଛି।

ଏହା ପରେ ଶୋଭାଯାତ୍ରାରେ ସାମିଲ ଥିବା ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କ ଉପରକୁ ମରାଣନ୍ତକ ଆକ୍ରମଣ କରିଥିଲେ। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କୁ କଦର୍ଯ୍ୟ ଭାବରେ ଆକ୍ରମଣ କରିଥିଲେ। ଯାହାଦ୍ୱାରା ବିଧୟାକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ହୋଇଥିବା ଜଣାପଡିଛି।

ବର୍ତ୍ତମାନ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ଏଭଳି ଘଟଣା କାହିଁକି ଘଟିଲା, ତାହା ତଦନ୍ତ ପରେ ଜଣାପଡିବ। ଏପର୍ଯ୍ୟନ୍ତ କୌଣସି ପକ୍ଷରୁ ଥାନାରେ ଏତଲା ହୋଇନଥିବା ବେଳେ ଏହାର କାରଣ କିଛି ସ୍ପଷ୍ଟ ହୋଇନି। ଅପରପକ୍ଷେ ବାଣପୁର ଆଇଆଇସିଙ୍କ ସମେତ ବହୁ ବିଜେପି କର୍ମୀମାନେ ବାଣପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏଥିରେ ଆମ ସାମ୍ବାଦିକଙ୍କ ଗାଡ଼ି ଭାଙ୍ଗିଯାଇଥିବା ବେଳେ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଛି।

ବାଣପୁର ବିଜେପି କର୍ମୀ ହସ୍ପିଟାଲରେ ଭର୍ତ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ମଧ୍ୟରେ ଭାରତୀୟ ଶିବିରରୁ ଖରାପ ଖବର: ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ

February 11, 2026

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

February 11, 2026

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026
Latest News

ଟି-୨୦ ବିଶ୍ୱକପ୍ ମଧ୍ୟରେ ଭାରତୀୟ ଶିବିରରୁ ଖରାପ ଖବର: ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ

February 11, 2026

ଖଲିସ୍ତାନୀଙ୍କୁ ନିସ୍ତାର ନାହିଁ: ଡୋଭାଲଙ୍କ ଗସ୍ତ ପରେ SFJକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା କାନାଡା

February 11, 2026

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

February 11, 2026

ଫେବୃୟାରୀ ୧୧ ତାରିଖ ବୁଧବାରରେ ଏହି ରାଶିକୁ ମିଳିବ ଭଲ ଖବର: ଜାଣନ୍ତୁ ରାଶିଫଳ

February 11, 2026

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନସ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.