ନିଜ ପିସ୍ତଲରୁ ଫୁଟିଲା ଗୁଳି, ମୃତ୍ୟୁ ବରଣ କଲେ ଗଂଜାମ ଜିଲ୍ଲା ଗାଙ୍ଗପୁର ଆଇଆଇସି

Published: Mar 25, 2022, 11:15 pm IST

ବ୍ରହ୍ମପୁର: ଅସାବଧନତା ଯୋଗୁଁ ନିଜ ପିସ୍ତଲରୁ ଗୁଳିଫୁଟି ମୃତ୍ୟୁବରଣ କରିଛନ୍ତି ଗଂଜାମ ଜିଲ୍ଲାର ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗ। ଆଜି ଅପରାହ୍ମରେ ସେ ଥାନାରୁ ନିଜ କ୍ବାଟରକୁ ଯାଇଥିଲେ। କିଛି ସମୟ ପରେ ତାଙ୍କ କ୍ବାଟରରୁ ଗୁଲି ଶଦ୍ଦ ଶୁଭାଯାଇଥିଲା। ଘଟଣା କଣ ବୋଲି ଜାଣିବା ପାଇଁ ଥାନାରେ ଥିବା ଅଧିକାରୀମାନେ ଦୌଡିଥିଲେ।

ସେମାନେ ଆଇଆଇସିଙ୍କ କ୍ବାଟରକୁ ଯାଇ ଦେଖିବା ପରେ ସମସ୍ତେ ଚକିତ ହୋଇଯାଇ ଥିଲେ। ରକ୍ତ ଜୁଡୁବୁଡରେ ତଳେ ପଡିଥିଲେ ଆଇଆଇସି। କଣ ହେଲା ବୋଲି ସେମାନେ ଜାଣିପାରିଲେ ନାହିଁ। ତୁରନ୍ତ ତାଙ୍କୁ ଆସ୍କା ହସପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସାରା ଗଂଜାମରେ ଚାଞ୍ଚଲ୍ୟ ଖେଳିଯାଇଛି।

Related posts