Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁଣି ବାଣପୁରରେ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ: ବନ୍ଧୁକ ଦେଖାଇ ଦୁଇ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
ଅପରାଧ

ପୁଣି ବାଣପୁରରେ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ: ବନ୍ଧୁକ ଦେଖାଇ ଦୁଇ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

April 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଥାନା ଅଞ୍ଚଳରେ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କୁ ଟାର୍ଗେଟ କରାଯାଇ ଲୁଟ କରାଯାଉଛି। ତେବେ ବିଗତ ଦିନରେ ମଧ୍ୟ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କ ଠାରୁ ଏକାଧିକ ଲୁଟ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ତଦନ୍ତ ପରେ କେତେକ ମାମଲା ଖୋଦ କର୍ମଚାରୀଙ୍କ ଦ୍ୱାରା ପୂର୍ବ ପ୍ରାୟୋଜିତ ବୋଲି ଜଣାପଡିଥିଲା। ଏଥି ନିମନ୍ତେ ଏପରି ଧରଣର ଲୁଟ ଅଭିଯୋଗକୁ ପୋଲିସ ସହଜରେ ଭରଷାକୁ ନେଉନାହିଁ।

ନିକଟରେ ବାଲୁଗାଁ ଏବଂ ବାଣପୁରରେ ଏହିପରି ଦୁଇ ଦୁଇଟି ଲୁଟ ହୋଇଥିବା ବେଳେ ଅଦ୍ୟାବଧି ପୋଲିସ ତାହାର ନିଷ୍କର୍ଷକୁ ପହଂଚିପାରିନି। ତେବେ ଆଜି ଏକ ଘରୋଇ ଅର୍ଥଲଗାଣ କାରି ସଂସ୍ଥାର କର୍ମଚାରୀଙ୍କ ନିକଟରୁ ବନ୍ଧୁକ ମୁନରେ ସମାନ ଧରଣର ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ବାଣପୁର ଥାନା କୋଷରଡ଼ା ଗ୍ରାମରେ ଏହି ଲୁଟ ହୋଇଛି।

ଖବର ମୁତାବକ ବାଲୁଗାଁ ଭାରତ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରୀ ଆନନ୍ଦ ଜେନା ଏବଂ ମାମା ସାହୁ ଏକ ସ୍କୁଟି ଦ୍ୱାରା ଆଜି ପୂର୍ବାହ୍ନରେ କୋଷରଡ଼ା ଗ୍ରାମକୁ ଟଙ୍କା ଆଦାୟ ପାଇଁ ଯାଇଥିଲେ। କିନ୍ତୁ ମିଟିଙ୍ଗ ସାରି ୧ ଲକ୍ଷ ୯୦ ହଜାର ଟଙ୍କା ଆଦାୟ କରି ଅପରାହ୍ନ ୩ ଘଟିକାରେ ଭବାନୀପୁର ପଞ୍ଚାୟତ ମିଟିଙ୍ଗ ପାଇଁ ଯାଉଥିବା ବେଳେ କୋଷରଡ଼ା ଗ୍ରାମରୁ ୨୦୦ ମିଟର ଆଗରେ ଚାରି ଜଣ ଯୁବକ ପୁର୍ବରୁ ରୋଡ଼ର ଉଭୟ ପାର୍ଶ୍ୱରେ ସାଧାରଣ ଲୋକଙ୍କ ପରି ବାଇକ ସାଇଡ କରି ଠିଆ ହୋଇଥିଲେ।

ହଠାତ ସେମାନେ ଉଭୟ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇ ଟଙ୍କା ଥିବା ବ୍ୟାଗ ଏବଂ ମହିଳା କର୍ମଚାରୀଙ୍କ ମୋବାଇଲ ଲୁଟି କୋଷରଡ଼ା ଗ୍ରାମ ଅଭିମୁଖେ ବାଇକରେ ଫେରାର ହୋଇଯାଇଥିଲେ। ଗ୍ରାମବାସୀ ଉକ୍ତ ଖବର ପାଇ ଲୁଟେରାଙ୍କ ପିଛା କରିଥିଲେ ସୁଦ୍ଧା ସେମାନଙ୍କ ଟେର ପାଇନଥିଲେ।

ବର୍ତ୍ତମାନ ଘଟଣାସ୍ଥଳରେ ଭାରତ ଫାଇନାନ୍ସ ମ୍ୟାନେଜର ପହଞ୍ଚିଥିବା ବେଳେ ପୋଲିସ ଏଯାବତ ପହଞ୍ଚି ନଥିବା ଜଣାପଡିଛି। ତେବେ ବାରମ୍ବାର ବାଣପୁର ବାଲୁଗାଁ ଅଞ୍ଚଳରେ ଏପରି ଲୁଟ ଜାରି ରହିଥିବା ବେଳେ ପୋଲିସ ପକ୍ଷରୁ ଘରୋଇ ଅର୍ଥଲଗାଣକାରି ସଂସ୍ଥା ଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିବା ପାଇଁ ସାଧାରଣରେ ଦାବି ହେଉଛି।

ବନ୍ଧୁକ ଦେଖାଇ ଲୁଟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.