ଚୋରା ଚାଲାଣ ବେଳେ ଧରାପଡିଲା 10 ବସ୍ତା କଇଁଚ, ଓଡିଶା ବନ ବିଭାଗ ଆଶ୍ଚର୍ଯ୍ୟ

Published: Apr 9, 2022, 11:45 pm IST

କାଲିମେଳା: ମାଲାକାନାଗିରି ବନ ବିଭାଗର ଏକ ବଡ ସଫଳତା ହାସଲ କରିଛି। ଚୋରା ଚାଲାଣ ହେଉଥିବା ବେଳେ ଏକା ଥରେ 150 ଟି କଇଁଚ ଧରିବାରେ ସକ୍ଷମ ହୋଇଛି। ଏତେ କଇଁଚ ଚୋରା ଚାଲାଣ ହେବା ଦେଖି ବନ ବିଭାଗ ଆଶ୍ଚର୍ଯ୍ୟ ହୋଇଯାଇଛି।

ଘଟଣାରୁ ଜଣାପଡିଛି ଯେ, ମାଲାକନାଗିରି ଜିଲ୍ଲାର କାଲିମେଳା ବନ ବିଭାଗ ତରଫରୁ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ଏକ ଟ୍ରକ ଉପରେ ସେମାନଙ୍କ ସନ୍ଦେହ ହୋଇଥିଲା। ପରେ ଗାଡି ଜବତ କରିବା ପରେ ସେଥିରେ 10 ବସ୍ତା କଇଁଚ ଥିବାର ଜଣାପଡିଥିଲା। ଏହି କଇଁଚ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଥିବାର ଜଣାପଡିଛି। ଏ ନେଇ ସଂପୃକ୍ତ ଗାଡିର ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇଛି।

Related posts