ଖାରଜ ହେଲା ଆଶିଷ ମିଶ୍ରଙ୍କ ଜାମିନ, ଏକ ସପ୍ତାହରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

Published: Apr 18, 2022, 11:00 am IST

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନକୁ ଖାରଜ କରାଯାଇଛି। ଏହା ସହ ୧ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ, ହାଇକୋର୍ଟ ପୀଡିତ ପକ୍ଷଙ୍କୁ ଶୁଣିନାହାନ୍ତି। ତାଙ୍କୁ ଶୀଘ୍ର ଜାମିନ ପ୍ରଦାନ କରାଯାଇଥିଲା। ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଏନ.ଭି ରାମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଦ୍ୱାରା ଆଜି ଏହି ନିଷ୍ପତ୍ତି ଘୋଷଣା କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଫେବୃଆରୀ ୧୦ ତାରିଖରେ ଆହ୍ଲାବାଦ ହାଇକୋର୍ଟର ଗୋଟିଏ ବେଞ୍ଚ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଚାରିମାସ ଜେଲରେ ଥିଲେ।

Related posts