Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା: ବ୍ରାଉନ ସୁଗାର ସହିତ ନକଦ ସାଢେ ତିନି ଲକ୍ଷ ଟଙ୍କା ଜବତ, ଅଭିଯୁକ୍ତ ଗିରଫ
ଅପରାଧ

ଖୋର୍ଦ୍ଧା: ବ୍ରାଉନ ସୁଗାର ସହିତ ନକଦ ସାଢେ ତିନି ଲକ୍ଷ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

May 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ସଫଳତା। ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଟାଉନ ଥାନା ଅନ୍ତର୍ଗତ ଭାଲିଆବାଡ଼ି ଅଞ୍ଚଳର ହତିଆଶୁଣି ସାହିରେ ବ୍ରାଉନ ସୁଗାର କାରବାର ଚାଲିଥିବାର କୌଣସି ଏକ ବିଶେଷ ସୂତ୍ରରୁ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟରିଆ ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ଉକ୍ତ ଅଞ୍ଚଳର ଏକ ଘରେ ବ୍ରାଉନ ସୁଗାର କାରବାର ଚଳୁଥିବା ସମୟରେ ବେପାରିଙ୍କୁ ଗିରଫ କରିଥିଲା।

କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ତଲାସୀ ନେଇଥିଲା। ଉକ୍ତ ସମୟରେ ୨୦.୧୫ ଗ୍ରାମ ବ୍ରାଉନ ସୁଗାର ସହିତ ନକଦ ୩ ଲକ୍ଷ ୫୧ ହଜାର ୨୦୦ ଟଙ୍କା ଏବଂ ଏକ ବାଇକ ପୋଲିସ ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଜବତ କରିଛି। ଜବତ ବ୍ରାଉନସୁଗରର ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ଭାଲିଆବାଡ଼ି, ହତିଆଶୁଣି ସାହିର ରାଜେଶ ପଟ୍ଟନାୟକ(୨୧)। ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୨୧(ଖ)/୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୨୨୦/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ଏସ ଆଇ ସମୀର ଦଳେଇ , ପଦ୍ମଲୋଚନ ବେହରା, ସସ୍ମିତା ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ।

ଅଭିଯୁକ୍ତ ଗିରଫ ଖୋର୍ଦ୍ଧା ଟାଉନ ଥାନା ପୋଲିସ ବ୍ରାଉନ ସୁଗାର
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତି ଭବନରେ ବସ୍ତରର ପରମ୍ପରାର ଝଲକ: ପାରମ୍ପରିକ ପୋଷାକରେ ପହଞ୍ଚିଲେ ବସ୍ତରବାସୀ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026
Latest News

ରାଷ୍ଟ୍ରପତି ଭବନରେ ବସ୍ତରର ପରମ୍ପରାର ଝଲକ: ପାରମ୍ପରିକ ପୋଷାକରେ ପହଞ୍ଚିଲେ ବସ୍ତରବାସୀ

July 31, 2026

ସଂସଦରେ ପାସ୍ ହେଲା ପ୍ରଶ୍ନ ପତ୍ର ପ୍ରଘଟ ବିରୋଧୀ ବିଲ୍: ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ

July 31, 2026

ପଶ୍ଚିମ ଏସିଆ ପରିସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସିସିଏସ୍ ବୈଠକ

July 31, 2026

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.