ଭିଜିଲାନ୍ସ ଇନସ୍ପେକ୍ଟର ମାନସୀ ଜେନା ଗିରଫ, ୧୦ ଲକ୍ଷ ଲାଞ୍ଚ ନେବା ବେଳେ ଧରାପଡିଥିଲେ

Published: May 14, 2022, 2:48 pm IST

ଭୁବନେଶ୍ଵର: ଭିଜିଲାନ୍ସ ଇନସ୍ପେକ୍ଟର ମାନସୀ ଜେନାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଗତକାଲି ମାନସୀ ଜେନାଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେବା ବେଳେ ଧରିଥିଲା। ଆଜି ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଜଣେ ସରକାରୀ କର୍ମଚାରୀଙ୍କ କେସକୁ ରଫାଦଫା କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମାନସୀ। ସେହି ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା। ଉକ୍ତ ଅଧିକାରୀଜଣଙ୍କ ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଲାଞ୍ଚ ନେଉଥିଲେ। ଏହାପରେ ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରହିଥିବା ସୂଚନା ରହିଛି।

Related posts