ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଜବତ

Published: May 16, 2022, 2:16 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଚୋରିକରି ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏହାସହ ଅଭିଯୁକ୍ତଙ୍କ ଠାରୁ ନଗଦ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର କରିଛି। ଜୁନାଗଡ ଥାନା କେଶ ନଂ. ୨୧୪ ତା.୦୯.୦୫.୨୦୨୨ ଆଇପିସିର ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଗିରଫ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ଜଣେ ଫେରାର ଥିବା ସୂଚନା ମିଳିଛି।

ପ୍ରକାଶ ଯେ, ଗତ ୯ ତାରିଖ ଦିନ ସହରର ପ୍ରଭାକର ସାହୁ ତାଙ୍କ ବୋଲେରୋ ଗାଡ଼ିରୁ ୭୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଏଥିନେଇ ଏକ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିଲା। ଗତ ୧୩ ତାରିଖରେ ଗଂଜାମ ଆସିକା ଅଂଚଳର ଅଭିଯୁକ୍ତ ଏ ଅଞ୍ଜନା ରାଓ (୩୦) ଙ୍କୁ ସ୍ଥାନୀୟ ଅକ୍ସିସ ବ୍ୟାଙ୍କ ସମ୍ମୁଖରୁ ଗିରଫ କରିଥିଲା ଏବଂ ଅନ୍ୟଜଣେ ସହଯୋଗୀ ସେଠାରୁ ଫେରାର ହୋଇ ଯାଇଥିଲା।

ଅଭିଯୁକ୍ତଙ୍କ ଠାରୁ ନଗଦ ୮୪,୯୫୦ ଟଙ୍କା, ଏଆର ବ୍ୟାଗ, ମୋବାଇଲ ଫୋନ, ରଡ଼ ଏବଂ ଗୋଟିଏ ଇଉନିକର୍ଣ୍ଣ ମୋଟର ସାଇକେଲ ଉଦ୍ଧାର କରାଯାଇଛି। ୨ ଅଭିଯୁକ୍ତ ଜିଲ୍ଲାର ଆହୁରି ୬ ଗୋଟି ବିଭିନ୍ନ ମାମଲାରେ ଜଡିତ ଥିବା ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ ସାହୁ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଅଞ୍ଜନାକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଫେରାର ଅଭଯୁକ୍ତକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ସେ କରିଛନ୍ତି।

Related posts