BREAKING: ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ସେବକ ମୃତ, ଘଟଣା ସ୍ଥଳରେ ଏସପି

Published: May 24, 2022, 9:47 pm IST

ପୁରୀ: ଆଜି ସଂଧ୍ୟାରେ ପୁରୀର ଏମାର ମଠ ନିକଟରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଜଣେ ଦୁର୍ବତ ଦୁଇ ରାଉଣ୍ଡ ଗୁଳି ଚାଳନା କରି ସେଠାରୁ ଫେରାର ହୋଇଯାଇଛି। ଏହି ଗୁଳି କାଣ୍ଡରେ ତଳଚ୍ଛୁ ସାହିର ଶିବରାମ ପାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଶ୍ରୀଲୋକନାଥ ମନ୍ଦିରର ସେବକ।

ତେବେ ଏ ନେଇ ପୋଲିସ ଜଣଙ୍କୁ ଅଟକ ରଖିଛି। ତାହାର ନାମ ଚନ୍ଦନ ବାରିକ ବୋଲି ଜଣାପଡିଛି। ତାପାଖରୁ ବନ୍ଧୁକ ମଧ୍ୟ ଜବତ ହୋଇଥିବାର ଜଣାପଡିଛି। ଘଟଣା ସ୍ଥଳରେ ପୁରୀ ଏସପି ପହଁଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି।ଅଟକ ଥିବା ଯୁବକଙ୍କୁ ପୋଲିସ ପଚରାଉଚୁରା ଜାରୀ ରଖିଛି। ଏ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏହି ଗୁଳିକାଣ୍ଡ ହୋଇଥିବା ବୋଲି ଅନୁମାନ କରାଯାଉଛି।

Related posts