ଗିରଫ ହେଲା କାନପୁର ହିଂସାର ମାଷ୍ଟରମାଇଣ୍ଡ: ୫୦୦ ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ

Published: Jun 4, 2022, 2:42 pm IST

ଲକ୍ଷ୍ନୌ: କାନପୁରରେ ଶୁକ୍ରବାର ନମାଜ ବେଳେ ଆରମ୍ଭ ହୋଇଥିବା ହିଂସା ସଂପର୍କରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜାଫର ହାୟତଙ୍କୁ ପୋଲିସ ଗିରଫ କରିଛି। ହିଂସା ପୂର୍ବରୁ ଜାଫର ଉତ୍ତେଜକ ପୋଷ୍ଟର ଲଗାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୩୫ ରୁ ଅଧିକ ଲୋକଙ୍କୁ ଗିରଫ କରିବା ସହିତ ୫୦୦ ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ପ୍ରକାଶ ଥାଉ କି ଜଫର ହାୟାତ୍ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତ ସମ୍ପର୍କରେ ଏକ ବନ୍ଦ ପାଇଁ ଆହ୍ଵାନ ଦେଇଥିଲେ ଏବଂ ଏହାସହ ପୋଷ୍ଟର ମଧ୍ୟ ଲଗାଯାଇଥିଲା। ଏହା ପରେ ଲୋକଙ୍କ ଭିଡ଼ ଜମିବା ସହ ହିଂସା ବ୍ୟାପିବାରେ ଲାଗିଥିଲା। ତେବେ ପରିବାର ଲୋକେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ପରିବାର ଲୋକ କହିଛନ୍ତି ଯେ, ପୋଲିସର ଉପସ୍ଥିତିରେ ହୟାତ୍ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଆହ୍ଵାନ ଦିଆଯାଇଥିବା ବନ୍ଦ ପ୍ରତ୍ୟାହାର କରାଯାଇଥିଲା। ପରିବାର ପକ୍ଷରୁ କୁହାଯାଇଛି ଯେ, ଜାଫର ହାୟାତ୍ ଙ୍କୁ ଫସା ଯାଉଛି। ପୋଲିସ ସେମାନଙ୍କ ଦାୟିତ୍ଵକୁ ସଠିକ୍ ଭାବରେ ପାଳନ କରି ନାହିଁ।

Related posts