ଜଙ୍ଗଲି ମାଂସ ରାନ୍ଧୁଥିବା ବେଳେ ଚଢାଉ କଲା ଟାଙ୍ଗୀ ବନବିଭାଗ, ଘରର ମୁଖିଆ ଗିରଫ

Published: Jun 13, 2022, 5:00 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଘରେ ଚାଲିଥିଲା ବେଇଆନ ଜଙ୍ଗଲି ମାଂସ ରୋଷେଇ। ଜଙ୍ଗଲି ମାଂସ ରୋଷେଇ ହେଉଥିବାର ସ୍ଥାନୀୟ ଲୋକେ ଜାଣିପାରି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ଯାହାଫଳରେ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ ଉକ୍ତ ଘର ଉପରେ ତୁରନ୍ତ ଚଢାଉ କରିବାକୁ ଯୋଜନା କରିଥିଲା। କିନ୍ତୁ ଘର ଲୋକ ଏହା ଜାଣିପାରି ରନ୍ଧା ମାଂସକୁ ନିକଟସ୍ଥ ନାଳରେ ଫିଙ୍ଗିବାକୁ ପ୍ରୟାସ କରିଥିଲେ। ହେଲେ ବନ ବିଭାଗ ରନ୍ଧା ମାଂସକୁ ଜବତ କରିବାରେ ସକ୍ଷମ ହୋଇଥିଲା। ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ନିକଟସ୍ଥ ନୂଆ ଗାଁ ଗ୍ରାମରେ ଘଟିଥିବା ଜଣାପଡିଛି। ଏହି ଘଟଣାରେ ଘରର ମୁଖିଆଙ୍କୁ ଟାଙ୍ଗୀ ବନବିଭାଗ ଗିରଫ କରିଛି।

ଉକ୍ତ ଚଢାଉରେ ଟାଙ୍ଗୀ ଫରେଷ୍ଟର ଗୋଲାପ ସେଠୀ, ଭୁଷଣ୍ଡପୁର ଫରେଷ୍ଟର ରାଜେଶ କୁମାର ପଣ୍ଡା, ଗାର୍ଡ ପ୍ରଦୀପ କୁମାର ସାହୁ ଓ ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ୨୦ ରୁ ଅଧିକ ବନ କର୍ମଚାରୀ ସାମିଲ ଥିଲେ। ଅଭିଯୁକ୍ତଙ୍କ ବିରୋଧରେ ବନବିଭାଗ ୩ଟି/୨୨-୨୩ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

Related posts