Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପଞ୍ଚ ତାରକା ହୋଟେଲରେ ମୁମ୍ବାଇ ଲେଖିକାଙ୍କୁ ଦୁଷ୍କର୍ମ, ‘ଡି-ଗ୍ୟାଙ୍ଗ’ ଚୁପ୍ ରହିବାକୁ ଦେଇଥିଲା ଧମକ: ପୋଲିସ
ଅପରାଧ

ପଞ୍ଚ ତାରକା ହୋଟେଲରେ ମୁମ୍ବାଇ ଲେଖିକାଙ୍କୁ ଦୁଷ୍କର୍ମ, ‘ଡି-ଗ୍ୟାଙ୍ଗ’ ଚୁପ୍ ରହିବାକୁ ଦେଇଥିଲା ଧମକ: ପୋଲିସ

June 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମୁମ୍ବାଇର ଜୁହୁ ଅଞ୍ଚଳରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ମୁମ୍ବାଇ ପୋଲିସ ୭୫ ବର୍ଷିୟ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସର ସୂଚନାନୁସାରେ – ମୁମ୍ବାଇର ଜୁହୁ ଅଞ୍ଚଳରେ ଅବସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ଜଣେ ୭୫ ବର୍ଷୀୟ ବ୍ୟବସାୟୀ ୩୫ ବର୍ଷ ବୟସ୍କା ଲେଖିକାଙ୍କୁ ଦୁଷ୍କର୍ମ କରିଛନ୍ତି। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭିନ୍ନ ବିଭାଗ ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ନାମରେ ପୀଡିତାଙ୍କୁ ଧମକ ଦିଆଯାଇଥିଲା ଏବଂ ଯଦି ସେ ପୋଲିସ ନିକଟରେ ଅଭିଯୋଗ କରନ୍ତି, ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ପୀଡିତା ମହିଳାଜଣଙ୍କ ମୁମ୍ବାଇର ଅମ୍ବୋଲି ପୋଲିସ ଷ୍ଟେସନରେ ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ, ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ ନକରିବାକୁ ତାଙ୍କୁ “ଡି” କମ୍ପାନୀ ଧମକ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ବ୍ୟବସାୟୀ ଜଣକ ପୀଡିତା ମହିଳାଙ୍କଠାରୁ ୨ କୋଟି ଋଣ ନେଇଥିଲେ ଏବଂ ତାହା ଫେରସ୍ତ କରିନଥିଲେ। ଏଥି ସହିତ, ଯେତେବେଳେ ପୀଡିତା ମହିଳା ତାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ, ଅଭିଯୁକ୍ତ ବ୍ୟବସାୟୀ ତଥା ଦାଉଦ ଇବ୍ରାହିମଙ୍କ ସହ ଜଡିତ ଲୋକମାନେ ସିଧାସଳଖ ଧମକ ଦେଇଥିଲେ ଯେ ଯଦି ସେ ଏହା ବିଷୟରେ କାହାକୁ କିଛି କୁହନ୍ତି ତେବେ ସେ ତାଙ୍କୁ ହତ୍ୟା କରିବେ। ଏହି ମାମଲାର ତଦନ୍ତ ବର୍ତ୍ତମାନ ଅମ୍ବୋଲି ପୋଲିସରୁ MIDC ପୋଲିସକୁ ସ୍ଥାନାନ୍ତର କରାଯାଇଛି। MIDC ପୋଲିସ ମହିଳାଙ୍କ ଅଭିଯୋଗର ତଦନ୍ତ ଜାରି ରଖିଛି।

rape ମୁମ୍ବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ସ୍ଥାନ ସୁରକ୍ଷିତ କଲା ଭାରତ: କର ବା ମର ପରିସ୍ଥିତିରେ ଆଫଗାନିସ୍ତାନ-ଶ୍ରୀଲଙ୍କା

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ଶିବସେନା (ୟୁବିଟି)ରେ ଫାଟ, ଓୱେସିଙ୍କ କଟାକ୍ଷ – ‘ଶିକାରୀ ନୂଆ, ଜାଲ ପୁରୁଣା’

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026
Latest News

ଫାଇନାଲରେ ସ୍ଥାନ ସୁରକ୍ଷିତ କଲା ଭାରତ: କର ବା ମର ପରିସ୍ଥିତିରେ ଆଫଗାନିସ୍ତାନ-ଶ୍ରୀଲଙ୍କା

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ଶିବସେନା (ୟୁବିଟି)ରେ ଫାଟ, ଓୱେସିଙ୍କ କଟାକ୍ଷ – ‘ଶିକାରୀ ନୂଆ, ଜାଲ ପୁରୁଣା’

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.