Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ଓକିଲଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଜିଲ୍ଲାର ସମସ୍ତ ଓକିଲ ସଂଘ
ଅପରାଧ

ବାଣପୁର ଓକିଲଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଜିଲ୍ଲାର ସମସ୍ତ ଓକିଲ ସଂଘ

June 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ତେଜୁଛି ଓକିଲଙ୍କୁ ଆକ୍ରମଣକାରୀଙ୍କ ଗିରଫ ଦାବି। ସମର୍ଥନ ଜଣାଇଲେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଓକିଲ ସଂଘ। ଚଳିତ ମାସ ୧୭ ତାରିଖ ଦିନ ବାଣପୁର କୋର୍ଟ ପରିସରରେ ବାଣପୁର ଓକିଲ ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକଙ୍କୁ ସ୍ଥାନୀୟ ଗାଲୁଆ ପଞ୍ଚାୟତ ସରପଞ୍ଚ କୋର୍ଟ ପରିସରରେ ମାଡ଼ ମାରିବା ସହ ସମୂହ ଓକିଲ ସଂଘକୁ ଗାଳିଗୁଲଜ କରିଥିବାର ବାଣପୁର ଥାନାରେ ଓକିଲ ସଂଘ ପକ୍ଷରୁ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା। ଅନୁରୂପ ଭାବେ ସରପଞ୍ଚଙ୍କ ସମର୍ଥକଙ୍କ ପକ୍ଷରୁ ମଧ୍ୟ ଏକାଧିକ ଓକିଲଙ୍କ ବିରୋଧରେ ଏକ ପାଲଟା ଅଭିଯୋଗ କରାଯାଇଥିଲା।

ତେବେ ପୋଲିସ ଉଭୟ କେଶ ରୁଜୁ କରିଥିବା ବେଳେ ଓକିଲମାନେ ସୋମବାର ଠାରୁ ବାଣପୁର କୋର୍ଟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ ବାଣପୁରର ଉଭୟ କୋର୍ଟ କାର୍ଯ୍ୟ ଆଜିକୁ ମିଶାଇ ଚାରି ଦିନ ହେଲା ଅଚଳ ଅଛି। ଓକିଲଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଗିରଫଦାରୀ ଦାବି ନେଇ କୋର୍ଟ କାର୍ଯ୍ୟ ବନ୍ଦ ରହିଛି।

ସେହିଭଳି ଆଜି ବାଣପୁର ଓକିଲ ସଂଘର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳି ଭୁବନେଶ୍ୱର ଜିଲ୍ଲା ଜଜ ଓ ଖୋର୍ଦ୍ଧା ଏସପିଙ୍କୁ ଭେଟି ଉକ୍ତ ବିଷୟରେ ଅବଗତ କରାଇବା ସହ ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ଗିରଫ ଏବଂ କୋର୍ଟ ପରିସରରେ ଓକିଲମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ଜିଲ୍ଲା ଜଜ ଓକିଲମାନଙ୍କ ସୁରକ୍ଷା ପାଇଁ କୋର୍ଟ ପରିସରରେ ଦୁଇ ଜଣ ପୋଲିସ କର୍ମୀ ମୁତୟନ ହେବେ ବୋଲି କହିଥିବା ବେଳେ ଅତିରିକ୍ତ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ ବୋଲି ଏସପି କହିଛନ୍ତି।

ତେବେ ବାଣପୁର ଓକିଲ ସଂଘର ଉକ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାର ସମସ୍ତ ଓକିଲ ସଂଘ। ଆଜିଠାରୁ ଚିଲିକା ଓକିଲ ସଂଘ ସ୍ଥାନୀୟ କୋର୍ଟକୁ ତିନି ଦିନିଆ ବନ୍ଦ ଡାକରା ଦେଇଥିବା ବେଳେ ଆଗକୁ ଟାଙ୍ଗୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱର ଓକିଲ ସଂଘ ମଧ୍ୟ ସେମାନଙ୍କ ସ୍ଥାନୀୟ କୋର୍ଟକୁ ବନ୍ଦ ରଖିବେ ବୋଲି ସମସ୍ତ ବାର ଆସୋସିଏସନର କର୍ମକର୍ତ୍ତା କହିଛନ୍ତି।

ତତସହିତ କୋର୍ଟ ପରିସରରେ ଓକିଲଙ୍କୁ ଆକ୍ରମଣ ଏବଂ ଗାଳିଗୁଲଜ କରିବା ଏକ ସାଙ୍ଘାତିକ ଅପରାଧ ଏବଂ ଏହାକୁ ଜିଲ୍ଲାର ସମସ୍ତ ବାର ଦୃଢ଼ଭାବେ ନିନ୍ଦା କରିବା ସହ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବାଣପୁର ଓକିଲ ସଂଘ ସଭାପତି ପ୍ରଭାତ ପଟ୍ଟଯୋଶୀ ଓ ସମ୍ପାଦକ ଜଗନ୍ନାଥ ଭୋଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଖୋର୍ଦ୍ଧା ଜିଲ୍ଲା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଖେଳୁନାହାନ୍ତି କେଏଲ ରାହୁଲ: ଜାଣନ୍ତୁ କାରଣ

July 16, 2026

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ବୋଲରଙ୍କୁ କଠୋର ଦଣ୍ଡ: କାର୍ଯ୍ୟାନୁଷ୍ଠାନ ନେଲା ICC

July 16, 2026

ବଙ୍ଗୋପସାଗରରେ ବୁଡ଼ିଗଲା ରୋହିଙ୍ଗା ଶରଣାର୍ଥୀଙ୍କ ଦୁଇଟି ଡଙ୍ଗା: ୫୦୦ ରୁ ଅଧିକ ମୃତ୍ୟୁ ଆଶଙ୍କା

July 16, 2026
Latest News

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଖେଳୁନାହାନ୍ତି କେଏଲ ରାହୁଲ: ଜାଣନ୍ତୁ କାରଣ

July 16, 2026

ମମତା ବାନାର୍ଜୀଙ୍କ ପାଇଁ ଝଟକା ପରେ ଝଟକା!: ମଦନ ମିତ୍ରଙ୍କ ପରେ ଏବେ ଇସ୍ତଫା ଦେଲେ କୋଏଲ ମଲିକ

July 16, 2026

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ବୋଲରଙ୍କୁ କଠୋର ଦଣ୍ଡ: କାର୍ଯ୍ୟାନୁଷ୍ଠାନ ନେଲା ICC

July 16, 2026

ବଙ୍ଗୋପସାଗରରେ ବୁଡ଼ିଗଲା ରୋହିଙ୍ଗା ଶରଣାର୍ଥୀଙ୍କ ଦୁଇଟି ଡଙ୍ଗା: ୫୦୦ ରୁ ଅଧିକ ମୃତ୍ୟୁ ଆଶଙ୍କା

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.