ହେପାଜତରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଚଳାଇଲା ଗୁଳି: ଦୁଇ ଅଭିଯୁକ୍ତ ମୃତ

Published: Jul 3, 2022, 10:34 pm IST

ସିଲଚର: ହେପାଜତରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଗୁଳିରେ ଦୁଇ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଆସାମର କଛାର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଯାଇଛି। ଏନେଇ ଆଜି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। କଛାର ପୋଲିସ ଅଧୀକ୍ଷକ ରମଣଦୀପ କୌର କହିଛନ୍ତି ଯେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କାମରୁଲ ଇସଲାମଙ୍କ ଉପରେ ଚୋରା ଚାଲାଣ, ଅପହରଣ, ଡକାୟତି ତଥା ଗାଡି ଚୋରି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି ଏବଂ ଏହି ଜିଲ୍ଲାର ‘ମୋଷ୍ଟ ୱାଣ୍ଟେଡ୍ ବ୍ୟକ୍ତି’ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏସପିଙ୍କ କହିବାନୁସାରେ, ଅମରୁଲ ହୁସେନ୍ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କ ଉପରେ ମଧ୍ୟ ଡକାୟତି ଅଭିଯୋଗ ରହିଛି।

ଉଲ୍ଲେଖନୀୟ କଥା ହେଉଛି, ମେ ୨୦୨୧ ମସିହାରେ ହିମନ୍ତ ବିଶ୍ୱ ସର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ହେପାଜତରୁ ଖସିଯିବାକୁ ଉଦ୍ୟମ କରୁଥିବା ପୋଲିସର କାର୍ଯ୍ୟାନୁଷ୍ଠାନରେ ଅତି କମରେ ୫୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୯ ଜଣ ଆହତ ହୋଇଛନ୍ତି।

Related posts