ଅଦାଲତ ଅବମାନନା ମାମଲା: ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡାଦେଶ

Published: Jul 11, 2022, 12:27 pm IST

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ୪ ମାସ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ବିଜୟ ମାଲ୍ୟାଙ୍କୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଜରିମାନା ଆଦାୟ ନହୁଏ ତେବେ ୨ ମାସର ଅତିରିକ୍ତ ଦଣ୍ଡ ମିଳିବ। ଏହା ବ୍ୟତୀତ ବିଜୟ ମାଲ୍ୟାଙ୍କୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି ଯେ, ୪ ସପ୍ତାହ ମଧ୍ୟରେ ବିଦେଶକୁ ଟ୍ରାନ୍ସଫର ହୋଇଥିବା ୪୦ ମିଲିୟନ ଡଲାର ପ୍ରଦାନ କରାଯାଉ।

ତିନିଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥିମଧ୍ୟରେ ଜଷ୍ଟିସ୍ ୟୁ ୟୁ ଲଲିତ, ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ସୁଧାଂଶୁ ଧୁଲିଆ ରହିଥିଲେ। ପ୍ରକାଶ ଯୋଗ୍ୟ ଯେ, ମାଲ୍ୟା କେବଳ ବିଦେଶୀ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ସମ୍ପର୍କରେ କୋର୍ଟଙ୍କୁ ଭୁଲ ତଥ୍ୟ ଦେଇନାହାଁନ୍ତି, ବରଂ ଗତ ୫ ବର୍ଷ ଧରି କୋର୍ଟରେ ହାଜର ନହୋଇ କୋର୍ଟର ଅବମାନନାକୁ ଆହୁରି ବଢାଇ ଦେଇଛନ୍ତି। ୨୦୧୭ ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବମାନନା ମାମଲାରେ ମାଲ୍ୟା ଦୋଷୀ ସାବ୍ୟସ୍ତ ହୋଇଥିଲେ।

Related posts