Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅଦାଲତ ଅବମାନନା ମାମଲା: ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ୪ ମାସ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ବିଜୟ ମାଲ୍ୟାଙ୍କୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହା ମଧ୍ୟ କୁହାଯାଇଛି ଯେ, ଯଦି ଜରିମାନା ଆଦାୟ ନହୁଏ ତେବେ ୨ ମାସର ଅତିରିକ୍ତ ଦଣ୍ଡ ମିଳିବ। ଏହା ବ୍ୟତୀତ ବିଜୟ ମାଲ୍ୟାଙ୍କୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି ଯେ, ୪ ସପ୍ତାହ ମଧ୍ୟରେ ବିଦେଶକୁ ଟ୍ରାନ୍ସଫର ହୋଇଥିବା ୪୦ ମିଲିୟନ ଡଲାର ପ୍ରଦାନ କରାଯାଉ।

ତିନିଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥିମଧ୍ୟରେ ଜଷ୍ଟିସ୍ ୟୁ ୟୁ ଲଲିତ, ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ସୁଧାଂଶୁ ଧୁଲିଆ ରହିଥିଲେ। ପ୍ରକାଶ ଯୋଗ୍ୟ ଯେ, ମାଲ୍ୟା କେବଳ ବିଦେଶୀ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ସମ୍ପର୍କରେ କୋର୍ଟଙ୍କୁ ଭୁଲ ତଥ୍ୟ ଦେଇନାହାଁନ୍ତି, ବରଂ ଗତ ୫ ବର୍ଷ ଧରି କୋର୍ଟରେ ହାଜର ନହୋଇ କୋର୍ଟର ଅବମାନନାକୁ ଆହୁରି ବଢାଇ ଦେଇଛନ୍ତି। ୨୦୧୭ ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବମାନନା ମାମଲାରେ ମାଲ୍ୟା ଦୋଷୀ ସାବ୍ୟସ୍ତ ହୋଇଥିଲେ।

Categories
ବିଶେଷ ଖବର ବ୍ୟବସାୟ

ପଳାତକ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ କେତେ ସମ୍ପତ୍ତି ହେଲା ଜବତ? ସଂସଦରେ ସରକାର ଦେଲେ ବଡ ସୂଚନା

ନୂଆଦିଲ୍ଲୀ: ପଳାତକ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ଠାରୁ 19,111.20 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି। କେନ୍ଦ୍ର ସରକାର ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୋଧୁରୀ କହିଛନ୍ତି ଯେ, ତିନି ଜଣ ପଳାତକ ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡ଼ିକୁ ଠକିଛନ୍ତି। ଯାହାଦ୍ୱାରା ଋଣ ନେଇଥିବା ସେହି ବ୍ୟକ୍ତିଙ୍କ ଦ୍ଵାରା ମୋଟ 22,585.83 କୋଟି ଟଙ୍କା କ୍ଷତି ହୋଇଛି।

ସେ କହିଛନ୍ତି ଯେ, ମାର୍ଚ୍ଚ 15, 2022 ସୁଦ୍ଧା 19,111.20 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧିନିୟମ ସହିତ ସଂଲଗ୍ନ କରାଯାଇଛି। 19,111.20 କୋଟି ଟଙ୍କା ମଧ୍ୟରୁ 15,113.19 କୋଟି ଟଙ୍କା ସମ୍ପତ୍ତି ଘରୋଇ କ୍ଷେତ୍ର ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଛି। ଭାରତ ସରକାର 335.06 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ସଂଲଗ୍ନ କରିଛନ୍ତି।

ପଙ୍କଜ ଚୌଧୁରୀ କହିଛନ୍ତି ଯେ, ମାର୍ଚ୍ଚ 15, 2022 ପର୍ଯ୍ୟନ୍ତ ତିନୋଟି ମାମଲାରେ ମୋଟ ଜାଲିଆତିର 84.61 ପ୍ରତିଶତ ସଂଲଗ୍ନ ହୋଇଛି କିମ୍ବା ଜବତ କରାଯାଇଛି ଏବଂ ବ୍ୟାଙ୍କର 66.91 ପ୍ରତିଶତ କ୍ଷତି ସେମାନଙ୍କୁ ଫେରସ୍ତ କରାଯାଇଛି କିମ୍ବା ଭାରତ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ଵାରା ବ୍ୟାଙ୍କଗୁଡିକର ଏସବିଆଇ ନେତୃତ୍ୱାଧୀନ ସଂଘ ହସ୍ତାନ୍ତର କରିଥିବା ସମ୍ପତ୍ତି ବିକ୍ରୟରୁ 7,975.27 କୋଟି ଟଙ୍କା ଜବତ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସରକାରୀ ବ୍ୟାଙ୍କରେ ଜମା ହେଲା ପଳାତକ ଘୋଷିତ ବ୍ୟବସାୟୀଙ୍କ ୯ ହଜାର ୩୭୧ କୋଟି ଟଙ୍କା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ମୋଟ ୯ ହଜାର ୩୭୧ କୋଟି ଟଙ୍କାର ସମ୍ପତ୍ତିକୁ ସରକାରୀ ବ୍ୟାଙ୍କରେ ଜମା ହୋଇଯାଇଛି। ଫଳରେ ସେମାନଙ୍କ ଠକାମି ଯୋଗୁଁ ବ୍ୟାଙ୍କକୁ ହୋଇଥିବା କ୍ଷତି ଟଙ୍କାର ଭରଣ ହୋଇପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଧୋକା ଦେଇ ୨୨ ହଜାର ୫୮୫ କୋଟି ୮୩ ଲକ୍ଷ ଟଙ୍କା ଲୁଟିନେଇ ବିଦେଶ ଚାଲିଯାଇଥିଲେ। ଏହାପରେ କେନ୍ଦ୍ର ସରକାର ପକ୍ଷରୁ ସେହି ତିନିଜଣ ବ୍ୟବସାୟୀଙ୍କୁ ପଳାତକ ଘୋଷଣା କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ ଜାରି କରାଯାଇଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନେଇ ପଳାତକଙ୍କ ସମ୍ପତ୍ତି ଉପରେ ତଦନ୍ତ କରି ୧୮ ହଜାର ୧୭୦ କୋଟି ଟଙ୍କା ଜବତ କରିଥିଲା। ଯାହାର ମୂଲ୍ୟ ବ୍ୟାଙ୍କରୁ ଲୁଟିଥିବା ମୂଲ୍ୟର ୮୦.୪୫ ପ୍ରତିଶତ ଥିଲା। ଏହି ସମ୍ପତ୍ତି ମଧ୍ୟରୁ କିଛି ସମ୍ପତ୍ତି ନକଲି କମ୍ପାନୀ, ତୃତୀୟ ପକ୍ଷ, ସମ୍ପର୍କୀୟ ଏବଂ କିଛି ଟ୍ରଷ୍ଟ ନାମରେ ସେମାନେ ରଖିଥିବା ତଦନ୍ତ ସମୟରେ ଇଡି ଜାଣିପାରିଥିଲା।

ତେବେ ଇଡି ପକ୍ଷରୁ ଜବତ ହୋଇଥିବା ମୋଟ ସମ୍ପତ୍ତି ମଧ୍ୟରୁ ୯ ହଜାର ୩୭୧ କୋଟି ୧୭ ଲକ୍ଷ ଟଙ୍କା ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତରିତ କରାଯାଇଛି।