୩ ଦିନ ହେବ ନିଖୋଜ ଥିବା ବୃଦ୍ଧଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

Published: Jul 12, 2022, 8:34 am IST

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ ରଥତଇଲା ଗ୍ରାମ ନିକଟ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ତିନି ଦିନ ତଳେ ନିଖୋଜ ଥିବା ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ରେଢ଼ାଖୋଲ ପୋଲିସ ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରିଛି।

ରେଢ଼ାଖୋଲ କଲେଜ ଛକ ନିକଟ ଅଞ୍ଚଳର ଜଣେ କାଠ ବିକାଳି ବିଟା ପ୍ରଧାନ (୬୫) ପାରିବାରିକ କଳହରୁ ତିନି ଦିନ ଧରି ନିଖୋଜ ଥିଲେ। ଆଜି ରଥତଇଲା ଗାଁ ନିକଟ ଜଙ୍ଗଲରୁ ଏକ ଗଛରେ ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ଗାଁ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।

Related posts