ଟାଙ୍ଗୀ: ବିରଳ ପଶୁ ଶୀକାର କରୁଥିବା ଅଭିଯୋଗରେ ଦୁଇ ଶିକାରୀ ଗିରଫ

Published: Jul 18, 2022, 3:46 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନଖଣ୍ଡ ଅଞ୍ଚଳରେ ବିରଳ ପଶୁ ଶିକାର କରୁଥିବା ଅଭିଯୋଗରେ ୨ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ରଫ ଶୀକାରୀଙ୍କ ନିକଟରୁ ବିପୁଳ ଝିଙ୍କ କାଠି, ବିରଳ ପ୍ରଜାତିର ମୃତ ଗୋଧି ସହ ଜଙ୍ଗଲି ବାରହା ମାଂସ ଜବତ କରାଯାଇଛି।

ବିଶେଷ ସୁତ୍ରରୁ ଖବର ପାଇ ବନ ବିଭାଗ ଟାଙ୍ଗୀ ବନ ବିଭାଗ ରେଂଜ୍ ଭୁଷଣ୍ଡ ପୁର ନିକଟସ୍ଥ ପାତ୍ରପଡା ଗ୍ରାମରେ ଚଢାଉ କରିଥିଲା। ଚଢାଉ ସମୟରେ ବିପୁଳ ଝିଙ୍କ କାଠି ସହ ଗୋଟିଏ ମୃତ ବାରହା ଓ ଗୋଟିଏ ମୃତ ଗୋଧୀ ଜବତ କରିଛି। ଗିରଫ ହୋଇଥିବା ଶୀକାରୀଙ୍କ ନାମ କେଶବ ନାୟକ ଓ ରଂଜନ ନାୟକ ବୋଲି ଜଣାପଡିଛି।

ଉକ୍ତ ଚଢାଉରେ ଫରେଷ୍ଟର ଗୋଲାପ ସେଠୀ, ରାକେଶ ପଣ୍ଡା, ରଂଜୁଲତା ମିଶ୍ର, ଗାର୍ଡ ବବଲୁ ମିଶ୍ର, ନିହାର ରଂଜନ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ବହୁ ଦିନ ହେଲା ନିକଟସ୍ଥ ଜଙ୍ଗଲରେ ଗିରଫ ଶୀକାରୀ କେଶବ ଓ ରଂଜନ ବନ୍ୟ ଜନ୍ତୁ ଶୀକାର କରି ମାଂସ ଚମଡା ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲେ। ହେଲେ ଏଭଳି ମାଂସ ଓ ଝିଙ୍କ କାଠି ଜବତ ହେବା ଟାଙ୍ଗୀ ବନାଂଚଳରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ତେଣୁ ଏ ନେଇ ବନ ବିଭାଗ ଅଧିକ ଛାନ ବିନ କରୁଥିବା ଜଣା ପଡିଛି।

Related posts