Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା: ଖଣି ମାଫିଆ ଓ ନିଶା ବେପାରୀଙ୍କ ଅଣ୍ଟା ଭାଙ୍ଗୁଛି ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ
ଅପରାଧ

ଖୋର୍ଦ୍ଧା: ଖଣି ମାଫିଆ ଓ ନିଶା ବେପାରୀଙ୍କ ଅଣ୍ଟା ଭାଙ୍ଗୁଛି ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ

August 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ଏବଂ ବେଆଇନ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ବଢ଼ୁଥିବା ବେଳେ ଏହାକୁ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ପାଲଟିଛି। କିଛି ଦିନ ତଳେ ଜିଲ୍ଲାରେ ନିଶା ବେପାର ଏବଂ ଖଣିଜ ଦ୍ରବ୍ୟ ଚୋରା ଚାଲାଣକୁ ଠପ କରିବା ପାଇଁ ଜିଲ୍ଲାପାଳ, ଏସପି ଏବଂ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଏହାର ନେତୃତ୍ଵ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ନେଉଛନ୍ତି। ଟିମ ଗଠନ ହେବାର ମାତ୍ର ପନ୍ଦର ଦିନ ହୋଇଥିବା ବେଳେ ଏହାର ସୁଫଳ ଜିଲ୍ଲାରେ ଦେଖିବାକୁ ମିଳୁଛି।

ଜିଲ୍ଲାର ଶ୍ରଦ୍ଧାପୂର, କୁମାରବସ୍ତ, ବଡ଼ପୋଖରୀଆ, କମାଗୁରୁ, ଓଳସିଂହ ଆଦି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ବେଳେ ସ୍ୱତନ୍ତ୍ର ଟିମ ନିରନ୍ତର ଭାବେ ଉକ୍ତ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଗତକାଲି ଜଙ୍କିଆ ଥାନା ଓଳସିଂହ ସ୍ଥିତ ଓରାଙ୍ଗ ଖଣିରେ ଇନ୍ସପେକ୍ଟର ଦାସ ଚଢ଼ାଉ କରି ୩ ଗୋଟି ଜେସିବି, ୪ ଗୋଟି ପାୱାରଟିଲର ଏବଂ ୨ ଗୋଟି ଟ୍ରାକ୍ଟର ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏ ସଂକ୍ରାନ୍ତରେ ଜଙ୍କିଆ ଥାନାରେ ଚାରି ଗୋଟି ମାମଲା ରୁଜୁ ହୋଇଛି।

ସୂଚନା ଥାଉକି ଅଦ୍ୟାବଧି ସ୍ୱତନ୍ତ୍ର ଟିମ ଦ୍ୱାରା ଜିଲ୍ଲାରେ ୭ ଗୋଟି ବ୍ରାଉନ ସୁଗାର ମାମଲା ଠାବ ହେବା ସହ ୨୫ ଗୋଟି ଟ୍ରକ ଏବଂ ଟ୍ରାକ୍ଟର, ୮ ଗୋଟି ଜେସିବି ଏବଂ ଏକାଧିକ ଷ୍ଟୋନ କଟର ମେସିନ ଜବତ ହେବା ସହ ୧୦ ରୁ ଉର୍ଦ୍ଧ୍ଵ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଖଣି ମାଫିଆ ଓ ନିଶା ବେପାରିଙ୍କ ବିରୋଧରେ ଜିଲ୍ଲା ପ୍ରଶାସନର ଏପରି କଠୋର କାର୍ଯ୍ୟାନୁଷ୍ଠାନରେ ଅପରାଧୀଙ୍କ ମନରେ ଛନକା ପଶିଯାଇଛି। ଜିଲାରୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଏବଂ ବ୍ରାଉନ ସୁଗାର ବେପାରକୁ ମୁଳୋତ୍ପାଟନ କରିବା ଦିଗରେ ଜିଲ୍ଲା ପୋଲିସ ଅହରହ କାମ କରୁଛି।

ଅନୁରୂପ ଭାବେ ଯଦି ଜିଲ୍ଲାର କୌଣସି ସ୍ଥାନରେ ବ୍ରାଉନ ସୁଗାର କାରବାର ଅବା ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଥୁବାର କେହି ଜିଲ୍ଲାବାସି ଜାଣନ୍ତି ତେବେ ଏ ନେଇ ସଙ୍ଗେସଙ୍ଗେ ଜିଲ୍ଲା ପୋଲିସକୁ ସୂଚନା ଦେବା ପାଇଁ ଏସପି ଅପିଲ କରିଛନ୍ତି।

ଖଣି ମାଫିଆ ଖୋର୍ଦ୍ଧା ଜିଲ୍ଲା ନିଶା ବେପାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Latest News

ଶେଷ ପର୍ଯ୍ୟନ୍ତ ଲଢ଼ିଲା ନେଦରଲ୍ୟାଣ୍ଡ: ୧୭ ରନ୍ ରେ ଜିତିଲା ଭାରତ

February 18, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026

ରାଞ୍ଚି ଦୂରଦର୍ଶନ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

February 18, 2026

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ଦେଶୀମଦ ଜବତ, ୪ ଗିରଫ

February 18, 2026

ପଶ୍ଚିମ ଓଡ଼ିଶା ଯୋଗାଯୋଗକୁ ବୃଦ୍ଧି କରିବ ହାଓଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.