ଖୋର୍ଦ୍ଧା : ଛଅ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

Published: Aug 4, 2022, 9:41 pm IST

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ଛତ୍ରମା ଅଞ୍ଚଳରେ ଚଢ଼ାଉ କରି ଛଅ ଲକ୍ଷରୁ ଉର୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ଖବର ମୁତାବକ ଗଜପତି ରୁ ଭୁବନେଶ୍ୱର ଅଭିମୁଖେ ଏକ ଗଞ୍ଜେଇ ବୋଝେଇ ମିନି ଟ୍ରକ ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ।

ଅବକାରୀ ଅଧିକ୍ଷକ ଯଶକେତନ ବରିହାଙ୍କ ନିର୍ଦେଶକ୍ରମେ ଅବକାରୀ ଉପଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା ଏବଂ ଜାତୀୟ ରାଜପଥରେ ଛପି ରହିଥିଲା ଏହି ଟିମ। ଶେଷରେ ଛତ୍ରମା ଗ୍ରାମ ରୋଡ଼ରେ ମିନି ଟ୍ରକକୁ ଠାବ କରି ଅଟକାଇଥିଲା ଅବକାରୀ ବିଭାଗ। ଗାଡ଼ିରୁ ୧୨୫ କେଜି ଗଞ୍ଜେଇ ଏବଂ ନକଦ ୫୬ ହଜାର ୫୦୦ ଟଙ୍କା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଗିରଫ ଅଭିଯୁକ୍ତ ମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ବୁଡ଼ୁନି ଗ୍ରାମର ସୁଜୟ ମଲ୍ଲିକ(୨୯) ଏବଂ ପୁରି ଜିଲ୍ଲା ଡେଲାଙ୍ଗ ଥାନା ଆଙ୍କୋଇ ଗ୍ରାମର ଶ୍ରୀଧର ପାତ୍ର(୬୬) । ଜବତ ଗଞ୍ଜେଇର ମୂଲ୍ୟ ୬ ଲକ୍ଷ ୩୦ ହଜାର ହେବ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ପିଆର ନମ୍ବର ୪୬/୨୨-୨୩ ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି।

ଉକ୍ତ ଚଢ଼ାଉରେ ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଇନ୍ସପେକ୍ଟର ସସ୍ମିତା ହୋତା, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ, ଜିଲ୍ଲା ଭ୍ରାମ୍ୟମାଣ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଜେସ ଏବଂ ଅନ୍ୟ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

Related posts