Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚିଲିକା: ଲାଞ୍ଚ ନେବା ବେଳେ ଟାଙ୍ଗି ପୋଲିସ ହାତରେ ଧରା ହେଲେ ସୂଚନା ଅଧିକାର କର୍ମୀ
ଅପରାଧ

ଚିଲିକା: ଲାଞ୍ଚ ନେବା ବେଳେ ଟାଙ୍ଗି ପୋଲିସ ହାତରେ ଧରା ହେଲେ ସୂଚନା ଅଧିକାର କର୍ମୀ

August 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତର ସୂଚନା କର୍ମୀଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ଟାଙ୍ଗି ପୋଲିସ ଗିରଫ କରିଛି। ସୂଚନା ମୁତାବକ ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତର ଏମବିକେ ଝରଣା ବେହେରା ଜିପିଏଲଏଫ ପକ୍ଷରୁ ଦୁଇ ମାସ ହେବ ନିଯୁକ୍ତି ପାଇ ତାଙ୍କର କାର୍ଯ୍ୟ କରିଆସୁଛନ୍ତି। ଉକ୍ତ ନିଯୁକ୍ତିରେ ଅନିୟମିତତା ହୋଇଥିବା ଚାରିଆଡେ ଆଲୋଚନା ହେବାଫଳରେ ଏନେଇ ସୋରଣ ଗ୍ରାମର ସୂଚନା ଅଧିକାର କର୍ମୀ ଲଳିତ ମହାରଣା ଚିଲିକା ବ୍ଲକକୁ ସୂଚନା ଆଇନ ଅଧିକାର ବଳରେ ସୂଚନା ମାଗିଥିଲେ। ଏବଂ ଏସମ୍ବନ୍ଧରେ ଜିଲ୍ଲା ମିଶନ ଶକ୍ତି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ ଉକ୍ତ ଘଟଣାକୁ ବିପିଏମ ପକ୍ଷରୁ ତଦନ୍ତ କରାଯାଇଥିଲା। ଏବଂ ତଦନ୍ତ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ପଷ୍ଟ କରାଯାଇଥିଲା। ମାତ୍ର ପୁଣିଥରେ ଏହି ଘଟଣାକୁ ନେଇ ଚଣ୍ଡେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପୁତନା ଗ୍ରାମର ଚିତରଞ୍ଜନ ପଟ୍ଟନାୟକ ଜିଲ୍ଲା ସୂଚନା ଅଫିସରେ ସୂଚନା ଅଧିକାର ଆଇନ ବଳରେ ସୋରଣ ପଞ୍ଚାୟତ ଏମବିକେ ଝରଣା ବେହେରାଙ୍କ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ମାଗିଥିଲେ।

ସୂଚନା ମାଗିବା ପରେ ଉକ୍ତ ସୋରଣ ପଞ୍ଚାୟତର ଏମବିକେ ଝରଣା ବେହେରାଙ୍କ ସ୍ୱାମୀ ସୁଧୀର କୁମାର ବେହେରାଙ୍କୁ ଫୋନ ମାଧ୍ୟମରେ ଲାଞ୍ଚ ମାଗିବା ସହ ଟଙ୍କା ନଦେଲେ ଚାକିରୀ ରହିବନି କହି ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ସୋରଣ ଗ୍ରାମ ଝାଂନସୀ ପଞ୍ଚାୟତ ସଭାପତି ସଂଯୁକ୍ତା ବେହେରାଙ୍କୁ ବାରମ୍ବାର ବ୍ଲକ ଓ ଜିଲ୍ଲା ଅଫିସରଙ୍କ ନାମ ନେଇ ଫୋନ ମାଧ୍ୟମରେ ସରକାରୀ କାମରେ ବାଧାପ୍ରାପ୍ତ କରାଇବା ସହ ଧମକ ଦେଉଥିଲେ।

ବାରମ୍ବାର ଫୋନ କରି ହଇରାଣ କରିବା ସହ ସୋରଣ ଗ୍ରାମର ଏମବିକେ ଝରଣା ବେହେରାଙ୍କ ସ୍ୱାମୀ ସୁଧୀର କୁମାର ବେହେରାଙ୍କ ଠାରୁ ଶନିବାର ଅପରାହ୍ନରେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟାଙ୍ଗି ପୋଲିସ ହାତରେ ସୂଚନା ଅଧିକାର କର୍ମୀ ଶ୍ରୀ ପଟ୍ଟନାୟକ ଧରା ପଡ଼ିଥିଲେ।

ଏହି ଘଟଣାକୁ ନେଇ ପୋଲିସ ଟଙ୍କା ଜବତ କରିବା ସହ କେଶ ନଂ ୪୧୧/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି। ଏସମ୍ବନ୍ଧରେ ଟାଙ୍ଗି ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ ଏନେଇ ଅଧିକ ତଦନ୍ତ ଜାରିରହିଛି ଏବଂ ଏହି ରାକେଟରେ ଆଉ କେଉଁ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଖୁବଶୀଘ୍ର ଏହାର ପର୍ଦ୍ଦାଫାସ କରାଯିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଚିଲିକା ଚିଲିକା ବ୍ଲକ ଟାଙ୍ଗି ପୋଲିସ ଲାଞ୍ଚ ନେବା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.