ନିରାକାରପୁର: ଚୋରି ଜିନିଷ ଉଦ୍ଧାର, ୪ ଅଭିଯୁକ୍ତ ଗିରଫ

Published: Aug 12, 2022, 11:02 pm IST

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଦୁଇ ଗୋଟି ପୃଥକ ପୃଥକ ଚୋରି ଘଟଣାରେ ପୋଲିସ କୁ ମିଳିଛି ସଫଳତା। ପୋଲିସ ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ଓ ମଞ୍ଜରିଆ ଗ୍ରାମରୁ ଚୋରି ହୋଇଥିବା ଦୁଇଟି ଜେନେରେଟର ଉଦ୍ଧାର କରିଛି ପୋଲିସ। ଦୁର୍ବୁତ୍ତମାନେ ଜେନେରେଟର ଦୁଇଟିକୁ ଚୋରି କରି ଅନ୍ୟତ୍ର ବିକ୍ରୀ କରିଦେଇଥିଲେ।

ଉକ୍ତ ଚୋରି ଘଟଣାରେ ପୋଲିସ ନିରାକାରପୁରର ହେମନ୍ତ ପ୍ରଧାନ,ମୁଗୁପଦର ଗ୍ରାମର ରାଜକିଶୋର ବରାଳ ଓ ମୂଳିଝରଗଡ ଗ୍ରାମର ପ୍ରଶାନ୍ତ ଜେନାଙ୍କୁ ଗିରଫ କରିଛି।ଅନ୍ୟପକ୍ଷରେ ନିରାକାରପୁର କଲେଜ ଛକ ନିକଟରୁ ଚୋରି ହୋଇଥିବା ଏକ ମୋଟର ସାଇକେଲକୁ ପୁରି ଜିଲ୍ଲା ଗଡିଶାଗୋଦା କଉଡିଖଣି ଗ୍ରାମରୁ ଉଦ୍ଧାର କରି ଅଭିଯୁକ୍ତ ସୁକାନ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏ ନେଇ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।

Related posts