Categories
ଆଞ୍ଚଳିକ

ଆଗାମୀ ନିର୍ବାଚନକୁ ଦ୍ରୁଷ୍ଟିରେ ରଖି ନିରାକାରପୁର ଥାନା ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ

ନିରାକରପୁର: ଆଗାମୀ ସାଧାରଣ ନିର୍ବାଚନରେ ମତଦାତାଙ୍କ ମନରେ ଆତ୍ମବିଶ୍ୱାସ ବଢାଇବା ସହ ଭୟମୁକ୍ତ ନିର୍ବାଚନ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ସିଆରପିଅଫ ଯବାନ ଓ ପୋଲିସ କର୍ମଚାରୀ ମାନେ ମିଳିତ ଭାବେ ନିରାକାରପୁର ବଜାରରେ ଫ୍ଲାଗ ମାର୍ଚ୍ଚ କରିଥିଲେ।

ଉକ୍ତ ଫ୍ଲାଗ ମାର୍ଚ୍ଚରେ ଏକ କମ୍ପାନୀ ସିଆରପିଅଫ ଯବାନ ଓ ନିରାକାରପୁର ଥାନାର ସମସ୍ତ କର୍ମଚାରୀ ମାନେ ଭାଗ ନେଇଥିଲେ। ଖୋର୍ଦ୍ଧା ଏସପି ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି। ନାଗରିକମାନେ ନିର୍ଭିକ ଭାବେ ଚାପମୁକ୍ତ ହୋଇ ମତଦାନ କରିବା ଉଦ୍ଦେଶ୍ୟରେ ଏହି ଫ୍ଲାଗମାର୍ଚ୍ଚ ପୋଲିସ ପ୍ରଶାସନ ଦ୍ୱାରା ଜାରି ରହିଛି।

ତେବେ ବାଲୁଗାଁ ପୋଲିସ ସବ ଡିଭିଜନରେ ଆଜିଠାରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସମସ୍ତ ଥାନା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯିବ ବୋଲି କହିଛନ୍ତି ଏସଡ଼ିପିଓ ଶ୍ରୀ ମିଶ୍ର।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁରରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ: ଜଣେ ମହିଳା ଗିରଫ

ନିରାକାରପୁର: ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରୁ ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଏହା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

ଖବର ମୁତାବକ ନିରାକାରପୁର ଥାନା ଅନ୍ତର୍ଗତ ଭଗବତୀପଡ଼ା ଗ୍ରାମରେ ବ୍ରାଉନ ସୁଗାର କାରବାର ଚାଲିଥିବା ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଚଢ଼ାଉ କରିଥିଲା। ଉକ୍ତ ଚଢ଼ାଉରେ ରେଣୁ ଉଦୟସିଂ (୪୫) ନାମ୍ନୀ ଜଣେ ମହିଳା ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୪୦ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୪ ଲକ୍ଷ) ଅବକାରୀ ବିଭାଗ ଜବତ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକରପୁର: ପୂର୍ବଶତୃତାରୁ ପଡୋଶୀଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ନିରାକରପୁର: ଖୋର୍ଦ୍ଧା ନିରାକାରପୁର ଥାନା ନୂଆଗଡ ପଞ୍ଚାୟତରେ ଏକ ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି। ସାମାନ୍ୟ ବଚସାରୁ ପଡୋଶୀଙ୍କୁ ପିଟି ପିଟି ହତ୍ୟା କରିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି।

ଆକ୍ରମଣରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ନାମ କୃଷ୍ଣଚନ୍ଦ୍ର ମାଝୀ (୪୨) ବୋଲି ଜଣାପଡିଛି। ଜମିବାଡ଼ିକୁ ନେଇ ପୂର୍ବ ଶତୃତା ଥିଲା। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି।

ଏ ନେଇ ମୃତକଙ୍କ ମାଆ ବଦନୀ ମାଝି ନିରାକାରପୁର ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ ପୋଲିସ ୪ଜଣ ଅଭିଯୁକ୍ତ ମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାରଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁରରେ ଲଭ ଜିହାଦରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ: ବାଲୁଗାଁ ଏସଡିପିଓ ଙ୍କ ତଦନ୍ତ ଜାରି

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଲଭ ଜିହାଦରୁ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକଙ୍କ ନିର୍ଯ୍ୟାତନା ସହିନପାରି ଜନୈକ ୧୭ ବର୍ଷିୟା ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବାକ ନିରାକାରପୁର ଥାନା ଅଞ୍ଚଳର ଇପସିତା ପ୍ରଧାନ (୧୭ ବର୍ଷ) ଯୁକ୍ତ ୨ର ପ୍ରଥମ ବର୍ଷର ଛାତ୍ରୀ। ଇପସିତାଙ୍କୁ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବକ ସଜତ ଶାହା ଏକତରଫା ପ୍ରେମ କରୁଥିଲେ। କିନ୍ତୁ ପ୍ରେମରେ ବିଫଳ ହେବାରୁ ସଜତ ଓ ତାଙ୍କର ଭାଇ ଓ ବାପା ମିଶି ଇପସିତାକୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏ ସମ୍ପର୍କରେ ଇପସିତା ଓ ତାଙ୍କର ପରିବାର ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା।

ହେଲେ ସମାଧାନ ପରେ ମଧ୍ୟ ନିର୍ଯ୍ୟାତନା ବଢିଚାଲିଥିଲା। ଇପସିତା କଲେଜ ଯାଉଥିବା ବେଳେ ସଜତ ଶାହା ଓ ତାର ଭାଇମାନେ ବାଟରେ ଘାଟରେ ହରରାଣ ହରକତ କରୁଥିଲେ। ଗତକାଲି ସଜତ ଶାହା ଇପସିତାଙ୍କ ଘର ସମ୍ମୁଖରେ ପହଞ୍ଚି ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ଏବଂ ପାଖରେ ଥିବା ଫଟୋ ଭିଡିଓ ଭାଇରାଲ କରି ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା। ତେଣୁ ଏହାକୁ ସହ୍ୟ କରିନପାରି ଇପସିତା ଆତ୍ମହତ୍ୟା କରିଥିଲା। ତେବେ ଏନେଇ ଇପସିତାଙ୍କ ମା’ ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସ ସଜତ ସାହା ପରିବାରର ମହିଳା ମାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର: ଚୋରି ଜିନିଷ ଉଦ୍ଧାର, ୪ ଅଭିଯୁକ୍ତ ଗିରଫ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ ଦୁଇ ଗୋଟି ପୃଥକ ପୃଥକ ଚୋରି ଘଟଣାରେ ପୋଲିସ କୁ ମିଳିଛି ସଫଳତା। ପୋଲିସ ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ଓ ମଞ୍ଜରିଆ ଗ୍ରାମରୁ ଚୋରି ହୋଇଥିବା ଦୁଇଟି ଜେନେରେଟର ଉଦ୍ଧାର କରିଛି ପୋଲିସ। ଦୁର୍ବୁତ୍ତମାନେ ଜେନେରେଟର ଦୁଇଟିକୁ ଚୋରି କରି ଅନ୍ୟତ୍ର ବିକ୍ରୀ କରିଦେଇଥିଲେ।

ଉକ୍ତ ଚୋରି ଘଟଣାରେ ପୋଲିସ ନିରାକାରପୁରର ହେମନ୍ତ ପ୍ରଧାନ,ମୁଗୁପଦର ଗ୍ରାମର ରାଜକିଶୋର ବରାଳ ଓ ମୂଳିଝରଗଡ ଗ୍ରାମର ପ୍ରଶାନ୍ତ ଜେନାଙ୍କୁ ଗିରଫ କରିଛି।ଅନ୍ୟପକ୍ଷରେ ନିରାକାରପୁର କଲେଜ ଛକ ନିକଟରୁ ଚୋରି ହୋଇଥିବା ଏକ ମୋଟର ସାଇକେଲକୁ ପୁରି ଜିଲ୍ଲା ଗଡିଶାଗୋଦା କଉଡିଖଣି ଗ୍ରାମରୁ ଉଦ୍ଧାର କରି ଅଭିଯୁକ୍ତ ସୁକାନ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏ ନେଇ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଥାନାକୁ ଯିବେ ନାହିଁ ବରିଷ୍ଠ ନାଗରିକ, ଘରକୁ ଯାଇ ଅଭିଯୋଗ ଶୁଣିବ ପୋଲିସ: ବାଲୁଗାଁ ଏସଡ଼ିପିଓ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପରିସରରେ ଆଜି ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ ‘ଆମ ପୋଲିସ ମିଟିଂ’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା। ସେହିପରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଡ଼ିଏସପି ଅତନୁ ରାଉତ, ଡ଼ିଏସପି ରବି ନାରାୟଣ ପାଢ଼ୀ ଏବଂ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଉପସ୍ଥିତ ଥିଲେ।

ଅନୁଷ୍ଠିତ ବୈଠକରେ ନିରାକାରପୁର ଅଂଚଳର ବରିଷ୍ଠ ନାଗରିକମାନଙ୍କ ସହିତ ପୋଲିସ ଅଧିକାରୀ ମାନେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଖୋର୍ଦ୍ଧା ଏସପି ଶ୍ରୀ ଦୋରା ପ୍ରାଥମିକ ପର୍ଯ୍ୟାୟରେ ସ୍ଥାନୀୟ ଅଂଚଳର ୨୮ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।

ସେହିପରି ଭାବେ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ବାଲୁଗାଁ ଏସଡ଼ିପିଓ ନିଜର ବ୍ୟକ୍ତିଗତ ମୋବାଇଲ ନମ୍ବର ପ୍ରଦାନ କରିବା ସହ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଏସଡ଼ିପିଓଙ୍କୁ ବିନାଦ୍ଵିଧାରେ ଯୋଗାଯୋଗ କରିପାରିବେ ବୋଲି ଏସଡ଼ିପିଓ କହିଥିଲେ।

ଅନୁରୂପ ଭାବେ ବରିଷ୍ଠ ନାଗରିକମାନଙ୍କ ଯଦି ଥାନା ସମ୍ବନ୍ଧୀୟ କୌଣସି ଅଭିଯୋଗ ଥାଏ ତେବେ ସେମାନଙ୍କୁ ଥାନାକୁ ଆସିବାକୁ ପଡ଼ିବ ନାହିଁ ଏବଂ ପୋଲିସ ଖୋଦ ସେମାନଙ୍କ ଘରକୁ ଯାଇ ଅଭିଯୋଗ ଗ୍ରହଣ କରିବ ବୋଲି ଏସଡ଼ିପିଓ କହିଥିଲେ। ପରିଶେଷରେ ଉକ୍ତ ବୈଠକରେ ଯୋଗଦେଇଥିବା ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ପୋଲିସ ପ୍ରଶାସନ କୃତଜ୍ଞତା ଜ୍ଞାପନ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ୱର ଛକରୁ ଗୋମାଂସ ସନ୍ଦେହରେ ଗାଡିକୁ ଘେରିଲେ ଜନତା, ବାଲୁଗାଁ ଏସଡିପିଓଙ୍କ ତଦନ୍ତ ନିର୍ଦ୍ଦେଶ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ନିକଟରୁ ଆଜି ସକାଳେ ଏକ ମାଂସ ବୋଝେଇ କଣ୍ଟେନର ଜବତ କରିଛି ନିରାକାରପୁର ପୋଲିସ। ଉକ୍ତ କଣ୍ଟେନରରେ ୫ ଟନ ମାଂସ ଥିବା ଅନୁମାନ କରାଯାଉଛି।

ସୂଚନା ମୁତାବକ ଆଜି ସକାଳେ ରାମେଶ୍ୱର ଛକରେ ଉକ୍ତ ମାଂସ ବୋଝେଇ ଟ୍ରକକୁ ଘେରାଉ କରି ଅଟକ ରଖିଥିଲେ ସ୍ଥାନୀୟ ଅଞ୍ଚଳବାସୀ। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶକ୍ରମେ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଉକ୍ତ କଣ୍ଟେନରକୁ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଛନ୍ତି।

ଅଟକ ତିନିଜଣ ଅଭିଯୁକ୍ତ ହେଲେ ସଂଜ ରାଠୋର, ମିଆଁଲାଲ ପିଣ୍ଡାରୀ, ଚନ୍ଦୁ ଲତାଫ୍। ତେବେ ଗୁଜବ ହେଉଛି ଯେ, ଖୋର୍ଦ୍ଧାରୁ ହାଇଦ୍ରାବାଦକୁ ଉକ୍ତ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବାବେଳେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଏହାକୁ ପିଛା କରିବା ସହ ରାମେଶ୍ୱର ଛକରେ ଅଟକାଇଥିଲେ।

ଏ ନେଇ ବାଲୁଗାଁ ଏସଡିପିଓଙ୍କୁ ପଚାରିବାରୁ ଏଯାବତ କେଉଁ ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଉକ୍ତ ମାଂସ କଣ୍ଟେନରକୁ ଅଟକାଇଛନ୍ତି ତାହା ଜଣାପଡିନାହିଁ। ଏହାସହିତ ଏହି କଣ୍ଟେନରକୁ କେଉଁ ସଂଗଠନ  ପକ୍ଷରୁ ଅଟକାଯାଇଛି, ତାହା ଦାବି କରାଯାଇନାହିଁ କିମ୍ବା ଏତଲା ମଧ୍ୟ ଦିଆଯାଇନାହିଁ। ପୋଲିସ ବର୍ତ୍ତମାନ ନିଜଆଡୁ ତଦନ୍ତ ଜାରିରଖିଛି ଏବଂ ଉକ୍ତ କଣ୍ଟେନରରେ କେଉଁ ମାଂସ ଅଛି ଏବଂ କେତେ ପରିମାଣରେ ଅଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ବାଲୁଗାଁ ଏସଡିପିଓ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ବର ଛକରୁ ଦୋକାନ ସଟର ଭାଗିଂ ୫ ଟି ଦୋକାନରୁ ଲୁଟ: ସିସିଟିଭିରେ କଏଦ ହେଲା ଭିଡିଓ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଥାନା ଅଂଚଳରେ ଦିନକୁ ଦିନ ଚୋରୀ ଲୁଟପାଟ ଘଟଣାରେ ବଢିବାରେ ଲାଗିଛି। ଗତ ୫ ଦିନ ମଧ୍ୟରେ ଏହି ଅଞ୍ଚଳରୁ ପ୍ରାୟ ୫ରୁ ୬ଟି ସ୍ଥାନରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରାମେଶ୍ୱର ଛକ ନିକଟି ୫ଟି ଦୋକାନରୁ ତାଲା ଭାଗିଂ ଚୋରୀ ହୋଇଥିବା ଜଣାପଡିଛି।

ଚୋର ଚୋରୀକରିବାକୁ ଊଦ୍ୟମ କରୁଥିବା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି।ରାମେଶ୍ୱର ଛକରେ ଥିବା ପ୍ରଶନ୍ନ ସାମନ୍ତରାୟ, ସର୍ବେଶ୍ୱର ସାହୁ, ଗୋବିନ୍ଦ ସାହୁ, ମିଟୁ ପଲେଇ, ଶିବୁ ବାରିକଙ୍କ ଦୋକାନରୁ ଟଙ୍କା ଓ ବିଭିନ୍ନ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଫେରାର

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ଜଣେ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି। ଫେରାର ଅଭିଯୁକ୍ତ ଜଣଙ୍କ ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ ବୋଲି ଜଣାପଡିଛି। ୨୦୧୩ ମସିହାରେ ଚୋରି ଘଟଣାରେ ସଂପୃକ୍ତ ଯୁବକ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା। ସେହିଦିନ ଠାରୁ ଅଭିଯୁକ୍ତ ଜଣଙ୍କ ଫେରାର ରହିଥିଲେ। ତେବ ଯୁବକ ଜଣଙ୍କୁ ପୋଲିସ ଧରିବା ସହିତ ଥାନାରେ ଦୁଇଦିନ ଧରି ଅଟକ ରଖିଥିଲା। ଗତକାଲି ରାତି ୧୦ଟା ସମୟରେ ଅଭିଯୁକ୍ତ ଜଣକ ଥାନାରୁ ଫେରାର ହୋଇଯାଇଛି। ଫେରାର ଅଭିଯୁକ୍ତକୁ ଧରିବାପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢାଉ ଜାରି କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରାପଡିନାହିଁ।