Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭାରତ ଫାଇନାନ୍ସ କର୍ମଚାରୀ ଠାରୁ ଲୁଟଘଟଣା: ପୋଲିସ ପଞ୍ଝାରେ ଅଭିଯୋଗକାରୀ
ଅପରାଧ

ଭାରତ ଫାଇନାନ୍ସ କର୍ମଚାରୀ ଠାରୁ ଲୁଟଘଟଣା: ପୋଲିସ ପଞ୍ଝାରେ ଅଭିଯୋଗକାରୀ

August 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢ଼ାଖୋଲ: କିଛି ଦିନ ତଳେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହେବା ଘଟଣା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଅଭିଯୋଗ କାରୀ ପ୍ରି ପ୍ଲାନ୍ କରି ପୋଲିସ୍ କୁ ଭକୁଆ ବନାଇ ଏଇ ସଂଗ୍ରୁହିତ ଟଙ୍କା ହଡପ କରିବାକୁ ଉଦ୍ୟମ କରି ଶେଷରେ ନିଜେ ପୋଲିସ୍ ପଞ୍ଝାରେ ପଡ଼ି ଜେଲ୍ ଯିବା ଭଳି ଘଟଣା ଘଟିଛି ଚାରମାଳ ଥାନା ଅଂଚଳରେ।

ସୂଚନା ଥାଉ କି, ଅଗଷ୍ଟ ମାସ ୧୨ ତାରିଖରେ ବୌଦ୍ଧ ଜିଲ୍ଲା ସ୍ଥିତ ଭାରତ ଫାଇନାନ୍ସ କର୍ମଚାରୀ ସୁବର୍ଣ୍ଣପୁର ଜିଲ୍ଲା କଦଳିପାଲି ଗ୍ରାମର ଜ୍ୟୋତି ଲାଲ ବିଶ୍ଵାଳ (୨୨) ଭାରତ ଫାଇନାନ୍ସ ଦ୍ଵାରା ଦେଇଥିବା ଋଣ, ସାପ୍ତାହିକ କିସ୍ତି ସଂଗ୍ରହ ଅର୍ଥ  ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ନେଇ ଆସୁଥିବା ବେଳେ ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ହେମନ୍ତଖୋଲ ଗ୍ରାମ ନିକଟ ରାସ୍ତା ଉପରେ ଏକ ବାଇକ ରେ ଦୁଇ ଜଣ ଲୁଟେରା ଆସି କର୍ମଚାରୀଙ୍କୁ ମାରପିଟ କରି ୫୪,୭୯୭ ଋଣ ଅର୍ଥ ସହିତ ମୋବାଇଲ୍ ଫୋନ୍, ଟାବଲେଟ, ଅନ୍ୟାନ୍ୟ ଜିନିଷ ସହ କାଗଜ ପତ୍ର ନେଇ ପଳାଇଥିଲେ ବୋଲି ଲିଖିତ ଅଭିଯୋଗ ଚାରମାଳ ଥାନା ରେ କର୍ମଚାରୀ ଜଣକ କରିଥିଲେ।

ଏଥିରେ ସମ୍ବଲପୁର ଏସପି ବି. ଗଙ୍ଗାଧର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାରମାଳ ଥାନା ଅଧିକାରୀ ବସନ୍ତ ଦଳାଇ ସାଇବର ସେଲ, ସିସିଟିଭି ଠାରୁ ଆରମ୍ଭ କରି ଭାରତ ଫାଇନାନ୍ସର ଅନ୍ୟ କର୍ମଚାରୀ ମାନଙ୍କୁ ପଚରାଉଚୁରା କରିଥିଲେ। ହେଲେ ପୋଲିସ୍ ଅଭିଯୋଗକାରୀ କର୍ମଚାରୀଙ୍କ ଉପରେ ସନ୍ଦେହ ହୋଇଥିଲା।

ପୋଲିସ୍ ଅଧିକ ପଚରାଉଚୁରା ପରେ କର୍ମଚାରୀ ଜଣକ ନିଜେ ପ୍ଲାନ୍ କରି ପ୍ରଥମେ ଜାଗା ନିର୍ଦ୍ଧାରଣ କରିଥିଲେ। ଋଣ ଅର୍ଥ ସଂଗ୍ରହ ପରେ ଚାରମାଳ ଆସି ସେହି ଗ୍ରାମର ସମ୍ପର୍କୀୟ ମାମୁଁ ଶୁଭ ପ୍ରସାଦ ବିଶ୍ଵାଳ (୨୫) ଓ ସୁବର୍ଣ୍ଣପୁର ଜିଲ୍ଲା କିରାପାଲ ଗ୍ରାମର ଗୌତମ ପ୍ରଧାନ (୨୫) ଙ୍କୁ ଡାକି ସଂଗ୍ରୁହିତ ଅର୍ଥ ସହିତ ଉକ୍ତ ଜିନିଷ ପତ୍ର ହସ୍ତାନ୍ତର କରିଥିଲେ। ତାପରେ କର୍ମଚାରୀ ଜଣକ ଚାରମାଳ ଥାନାକୁ ଯାଇ ମିଥ୍ୟା ଲିଖିତ ଅଭିଯୋଗ କରିଥିଲେ। ଏଥିରେ ପୋଲିସ ଉକ୍ତ ତିନି ଜଣଙ୍କୁ ଗିରଫ କରିବା ସହ ଦୁଇଟି ମୋଟର ସାଇକେଲ, ୭ ହଜାର ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅପରାଧିକୁ ପୋଲିସ୍ କୋର୍ଟଚାଲାଣ କରିଛି।

ଭାରତ ଫାଇନାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.