Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରିବା ମହଙ୍ଗା ପଡିଲା, ବାଣପୁରରୁ ଗିରଫ ହେଲା ଅଭିଯୁକ୍ତ
ଅପରାଧ

ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରିବା ମହଙ୍ଗା ପଡିଲା, ବାଣପୁରରୁ ଗିରଫ ହେଲା ଅଭିଯୁକ୍ତ

September 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର/ଖଲ୍ଲିକୋଟ: ଝିଅମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଉଥିବା ରଙ୍ଗିଲା ଟୋକା ପୋଲିସ ଦ୍ବାରା ଗିରଫ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ମନୋଜ ବାରିକ ନାମକ ଜଣେ ଯୁବକ ଯୁବତୀମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଉଥିଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ଜଣେ ନାବାଳିକାଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରି ଫେସବୁକ, ହ୍ଵାଟ୍ସଆପ ଭଳି ବିଭିନ୍ନ ସୋସିଆଲ ମିଡ଼ିଆରେ ପଠାଇ ଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ନାବାଳିକାଙ୍କ ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୧୭୮/୨୦୨୧ ପୋକ୍ସ ଆକ୍ଟରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମନୋଜ ବାରିକଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା ପୋଲିସ।

କିଛି ଦିନ ପରେ ଜେଲରୁ ଜାମିନରେ ଆସି ପୁନର୍ବାର ଉକ୍ତ ନାବାଳିକାଙ୍କ ଫଟୋକୁ ପୁଣି ଅଶ୍ଳୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଇଥିଲା। ନାବାଳିକାର ଅଭିଯୋଗ କ୍ରମେ ଥାନା କେସ ନମ୍ବର ୬୩୩/୨୦୨୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା।ସେବେ ଠାରୁ ମନୋଜ ଫେରାର ଥିଲା।

ବର୍ତ୍ତମାନ ପୁଣି ଥରେ ମନୋଜ ଉକ୍ତ ନାବାଳିକାର ମାଆଙ୍କ ଫୋଟକୁ ଅଶ୍ଳୀଳ ଭାବେ ଏଡିଟିଂ କରି ଭାଇରାଲ କରିବା ପରେ ଖଲିକୋଟ ଥାନାରେ କେସ ନମ୍ବର ୪୮୭/୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରି ରଖିଥିଲା ପୋଲିସ। ଏହାପରେ ନାବାଳିକାର ମାମୁଁଙ୍କ ଫୋଟକୁ ଅନ୍ୟ ଝିଅ ମାନଙ୍କ ସହ ଯୋଡ଼ି ଭାଇରାଲ କରିବା ଅଭିଯୋଗରେ ଖଲ୍ଲିକୋଟ ଥାନାରେ କେସ ନମ୍ବର ୪୮୮/୨୦୨୨ ଅନୁଯାୟୀ ମାମଲା ରୁଜ୍ଜୁ କରିଥିଲା ପୋଲିସ।

https://thesamikhsya.com/odia/wp-content/uploads/2022/09/WhatsApp-Video-2022-09-07-at-10.17.08-AM.mp4

ଅନ୍ୟପଟେ ଖଲ୍ଲିକୋଟ ଥାନା ଅତିରିକ୍ତ ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ଅପରାହ୍ନରେ ଉକ୍ତ ଯୁବକ ମନୋଜଙ୍କୁ ବାଣପୁର ଥାନା ବଡ଼ଶିରେଇପୁର ଗ୍ରାମରୁ ଗିରଫ କରିଥିବା ବେଳେ ସନ୍ଧ୍ୟାରେ ଉକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।

ତେବେ କେସ ନମ୍ବର ୪୮୭/୨୦୨୨ ରେ ମନୋଜଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମାମଲା ଗୁଡିକରେ ଜେରା କରିବା ପାଇଁ ପୋକ୍ସ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରାଯାଇଛି ବୋଲି ଥାନା ଏସ ଆଇ ଅମ୍ବିକା ବେଣିଆ ସୂଚନା ଦେଇଛନ୍ତି।

ବାଣପୁରରୁ ଗିରଫ ସୋସିଆଲ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026
Latest News

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.