Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା: ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ଲଗାଇ ଗାଡ଼ିରେ ହେଉଥିଲା ଗୋ ଚାଲାଣ, ୬୭ ଗୋରୁ ଉଦ୍ଧାର
ଅପରାଧ

ଖୋର୍ଦ୍ଧା: ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋ ଲଗାଇ ଗାଡ଼ିରେ ହେଉଥିଲା ଗୋ ଚାଲାଣ, ୬୭ ଗୋରୁ ଉଦ୍ଧାର

September 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ନିକଟରେ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ଗୋ ଚାଲାଣ ଯୋଜନାକୁ ପୋଲିସ ପଣ୍ଡ କରି ୧୦୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କରିଥିବା ବେଳେ ଆଜି ପୁଣି ସମାନ ଘଟଣା ଘଟିଛି ବାଘମାରି ଥାନା ଅଞ୍ଚଳରେ। ବାଘମାରୀ କଲେଜ୍ ସାମ୍ନାରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଓଆର ୦୧-ଏମ-୪୪୮୮ ନମ୍ବର ବିଶିଷ୍ଟ କଣ୍ଟେନରଟି ବେଗୁନିଆ କୁଶପଲ୍ଲା ଅଞ୍ଚଳରୁ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ବାଘମାରି କଲେଜ ସମ୍ମୁଖରେ ଗୋ ସୁରକ୍ଷା ସଙ୍ଗଠନ ଏବଂ ସ୍ଥାନୀୟ ଯୁବକଙ୍କ ହାତରେ ଧରା ପଡିଥିଲା। ଗାଡିକୁ ଅଟକ ରଖି ଯୁବକମାନେ ବାଘମାରୀ ପୋଲିସ ଜିମା ଦେଇଥିଲେ। ବର୍ତ୍ତମାନ ଗାଡିଟି ଥାନା ପରିସରରେ ଥିବା ବେଳେ ଉକ୍ତ ଗାଡ଼ିରୁ ୬୭ ଗୋଟି ଗୋରୁ ଉଦ୍ଧାର ହେବା ସହ ଗାଡ଼ି ମାଲିକ ଅଟକ ଥିବାର ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ କହିଛନ୍ତି।

ତେବେ ବାରମ୍ବାର ଜିଲ୍ଲାରେ ଏପରି ଘଟଣା ଘଟୁଥୁବା ବେଳେ ଜନସାଧାରଣ ଏଥିରେ ମର୍ମାହତ ହେବା ସହ ପୋଲିସକୁ ଏହା ଉପରେ କଠୋର ଅଭିମୁଖ୍ୟ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ତେବେ ଉକ୍ତ ଘଟଣାରେ ଆଉ ଏକ କୁତ୍ସିତ ଦୃଶ୍ୟ ସାମ୍ନାକୁ ଆସିଛି। ମାଫିଆମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଥିବା ଗାଡିକୁ ଗୋ ଚାଲାଣ ପାଇଁ ବ୍ୟବହାର କରିଛନ୍ତି, ଯାହାକି ବହୁ ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ତତସହିତ ଜନସାଧାରଣ ଏ ଦୃଶ୍ୟ ଦେଖି ଆହୁରି ଉତ୍ୟକ୍ତ ହୋଇଛନ୍ତି।

ଉକ୍ତ ଘଟଣାରେ ଗାଡ଼ି ମାଲିକ ଅଟକ ଥିବା ବେଳେ ସଂଶ୍ଲିଷ୍ଟ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।

ଖୋର୍ଦ୍ଧା ଗୋରୁ ଉଦ୍ଧାର ବାଘମାରି ଥାନା ମହାପ୍ରଭୁ ଜଗନ୍ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.