Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କନକ ନିଆଲ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି, ରାସ୍ତାକୁ ଓହ୍ଲାଇଲା ବହୁଜନ ଜଷ୍ଟିସ୍ ଫୋରମ୍
ଅପରାଧ

କନକ ନିଆଲ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି, ରାସ୍ତାକୁ ଓହ୍ଲାଇଲା ବହୁଜନ ଜଷ୍ଟିସ୍ ଫୋରମ୍

September 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗାଁରେ ଦଶମ ଶ୍ରେଣୀର ଜଣେ ଛାତ୍ରୀ କନକ ନିଆଲର ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଜୋର ଧରିବାରେ ଲାଗିଛି। ଏଇ ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି ଜେଲ୍ ପଠାଇଥିବାବେଳେ କନକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ପୁଲିସର ତଦନ୍ତ ଉପରେ ଅଙ୍ଗୁଳି ଉଠିଛି। ପାରିପାର୍ଶ୍ବିକ ଘଟଣାରୁ ଛାତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଓ ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି। ଏଣୁ ଏଇ ମାମଲାର ସିବିଆଇ ତଦନ୍ତ କିମ୍ବା ବିଚାର ବିଭାଗୀୟ ତଦନ୍ତ କରାଯିବା, ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ପଚାଶ ଲକ୍ଷ କ୍ଷତିପୂରଣ ରାଶି ପ୍ରଦାନ ସମେତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦଳିତ ନିର୍ଯାତନା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଓଡ଼ିଶାର ୩୨ରୁ ଅଧିକ ସାମାଜିକ ଓ ରାଜନୈତିକ ସଂଗଠନ ସମ୍ମିଳିତ ଭାବେ ଭବାନୀପାଟଣାରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଆହ୍ବାନରେ ଗଠିତ ବହୁଜନ ଜଷ୍ଟିସ୍ ଫୋରମ୍ ର ଆବାହକତ୍ବରେ ଆୟୋଜିତ ଏଇ ବିଶାଳ ଜନ ସମାବେଶ ଭବାନୀପାଟଣା କଲେଜ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଏସ୍ ସି, ଏସ୍ ଟି, ଓବିସି, ମାଇନରିଟି ଜଏଣ୍ଟ ଏକସନ୍ କମିଟି, ବହୁଜନ ଯୁବଛାତ୍ର ସାମୁଖ୍ୟ, ଆମ୍ବେଦକରାଇଟ୍ ପାର୍ଟି ଅଫ୍ ଇଣ୍ଡିଆ, ବହୁଜନ ମୁକ୍ତି ପାର୍ଟି, ବହୁଜନ ସମାଜ ପାଟି, ଭୀମ ଆର୍ମୀ, ଭୀମ ସେନା, ଲାଠୋର ଡେଭଲପମେଣ୍ଟ ଏସୋସିଏସନ, ସାମାଜିକ ସଚେତନତା ଅଭିଯାନ, ଏନ୍ଏଫ୍ଆଇଡି, ଆମ୍ବେଦକର ବିଚାରମଞ୍ଚ, ବାପସା, ବହୁଜନ ଛାତ୍ର ସଂଗଠନଙ୍କ ସମେତ ଓଡ଼ିଶାର କୋଣଅନୁକୋଣରୁ ବହୁ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ। ପରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ଜାତୀୟ ମାନବାଧିକାର କମିଶନ, ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିପାଇଁ ଆଜି ଭବାନୀପାଟଣା ସହରରେ ପ୍ରାୟ ୨୦ ହଜାରରୁ ଅଧିକ ଜନସମାଗମ ହୋଇଥିଲା।

https://thesamikhsya.com/odia/wp-content/uploads/2022/09/WhatsApp-Video-2022-09-16-at-7.27.16-AM.mp4

ଏଥିରେ ଧନଞ୍ଜୟ ଦୀପ, ଛବିଲାଲ ନିଆଲ, ଅଭିରାମ ମଲ୍ଲିକ, ମନୋରଞ୍ଜନ ଜେନା, ଦିଗାମ୍ବର ଦୁରିଆ, ଯତୀନ୍ଦ୍ର କର, ଗଙ୍ଗାଧର ଜାଲ, ଅନୀଲ ମଲ୍ଲିକ, ଦୀନେଶ ନାଗ, କ୍ଷେତ୍ରମଣି ସତନାମୀ, ସୀତାରାମ ମେହେର, ଋଷିସୂଦନ ଛତ୍ରପାଲ, ପ୍ରିୟଙ୍କା ବେମାଲ, ପୂର୍ଣ୍ଣଚନ୍ଦ୍ର ପାଇକ, ଲବ ସୁନା, ଆଶିଷ ନାଏକ, ରଜନୀକାନ୍ତ ସମର୍ଲିଆ, ଶ୍ରୀବତ୍ସ ତାଣ୍ଡି, ସରୋଜ ନାଏକ, କମଳିନୀ ଯାଦବ, ମହେନ୍ଦ୍ର ଧଙ୍ଗଡ଼ାମାଝୀ, ମାଧବ ସୁନାନୀ, ତେଜରାଜ ବେହେରା, ସୂର୍ଯ୍ୟ ନାରାୟଣ କୁମାର, ମହାଦେବ ବାଗ, ବିରଞ୍ଚି ନାରାୟଣ ଜାଲ, ଜୟପ୍ରକାଶ ଜାଲ, ଜଗଦୀଶ ବେନିଆଁ, ରଘୁନାଥ ଦୀପ, ବରୁଣ ସୁନା, ସୁଶୀଲ କୁମାର ବାଗ, ରମଣୀ ଦୁରିଆ, ବିଜୟଲକ୍ଷ୍ମୀ ସ୍ବର୍ଣ୍ଣ , କବିତା ବାଗ, ଓମ୍ ପ୍ରକାଶ ଛତ୍ରିଆ ପ୍ରମୁଖ ନେତ୍ରୁତ୍ବ ନେଇଥିଲେ। ୨୦ ହଜାରରୁ ଅଧିକ ବିଶାଳ ଜନସମାଗମକୁ ନିୟନ୍ତ୍ରଣ ପାଇଁ ଆଜି ପୁଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା। ଏପରିକି ଭବାନୀପାଟଣା ସହରରେ ଚାରିଘଣ୍ଟା ପର୍ଯ୍ୟନ୍ତ ଅଖଚକ ଜାମ୍ ହେବା ଭଳି ପରିସ୍ଥିତି ଉପୁଜିଥିଲା।

ମୃତ୍ୟୁ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଲର୍ଡସରେ ଇତିହାସ ରଚିବେ ରୋହିତ ଶର୍ମା: ଭାଙ୍ଗିପାରନ୍ତି ଏହି ଦୁଇଟି ରେକର୍ଡ

July 18, 2026

ନୟାଗଡ଼: ବାସସ୍ଥାନ ଯୋଜନାରୁ ବଞ୍ଚିତ ଦିନ ମଜୁରିଆଙ୍କ ପାଲ ତଳେ କଟୁଛି ଜୀବନ

July 18, 2026

ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଆମରଣ ଅନଶନରେ ବସିଲେ ଅଭିଜିତ ଦୀପକେ

July 18, 2026

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ: ଆଦୌ କରନ୍ତୁ ନାହିଁ ଅଣଦେଖା

July 18, 2026
Latest News

ସୋନମ ୱାଙ୍ଗଚୁକଙ୍କ ସମ୍ପର୍କରେ ସରକାର ଏବଂ ସିଜେପି କୁ ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ

July 18, 2026

ଲର୍ଡସରେ ଇତିହାସ ରଚିବେ ରୋହିତ ଶର୍ମା: ଭାଙ୍ଗିପାରନ୍ତି ଏହି ଦୁଇଟି ରେକର୍ଡ

July 18, 2026

ଇତିହାସ ରଚିଲା ଭାରତ: ଶ୍ରୀହରିକୋଟାରୁ ଉତକ୍ଷେପଣ କଳା ପ୍ରଥମ ଘରୋଇ ରକେଟ୍

July 18, 2026

ରୁଷୀୟ ତୈଳ କ୍ରୟ ଉପରେ ୧୦୦% ଶୁଳ୍କ ଲାଗୁ କରିବ ଆମେରିକା?: ଜାଣନ୍ତୁ ଭାରତର ଜବାବ

July 18, 2026

ନୟାଗଡ଼: ବାସସ୍ଥାନ ଯୋଜନାରୁ ବଞ୍ଚିତ ଦିନ ମଜୁରିଆଙ୍କ ପାଲ ତଳେ କଟୁଛି ଜୀବନ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.