Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁ: ବାଇକରେ ୩ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଚାଲାଣ କରୁଥିଲା ଯୁବକ, ମାଡି ବସିଲା ପୋଲିସ
ଅପରାଧ

ବାଲୁଗାଁ: ବାଇକରେ ୩ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଚାଲାଣ କରୁଥିଲା ଯୁବକ, ମାଡି ବସିଲା ପୋଲିସ

September 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଫୁଲବାଣୀରୁ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବାଟରେ ମାଡି ବସିଲା ପୋଲିସ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଫୁଲବାଣୀ ଜିଲ୍ଲାରୁ ଏକ ନିର୍ଦ୍ଦିଷ୍ଟ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର ପୋଲିସକୁ ଖବର ମିଳିଥିଲା। ଖୋର୍ଦ୍ଧା ଏସପି ଏବଂ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ନାକାବନ୍ଦୀ ଜାରି ରହିଥିଲା।

ତେବେ ନାଭାଲ ଫାଣ୍ଡି ନୂଆଗଡ଼ ଓଭରବ୍ରିଜ ନିକଟରେ ଏକ ବାଇକ ଦୃତଗତିରେ ପୋଲିସ କଟକଣାକୁ ନମାନି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ବାଲୁଗାଁ ପୋଲିସ ଉକ୍ତ ବାଇକକୁ ଗୋଡ଼ାଇ ପରିଶେଷରେ ଧୂଁଆଳ ନିକଟରେ କାବୁ କରିଥିଲା ଏବଂ ବାଇକର ତଲାସି ନେଇଥଲା।

ତାଲାସି ବେଳେ ପୋଲିସ ଉକ୍ତ ବାଇକରୁ ଏକ ବ୍ୟାଗ ଜବତ କରିଛି ଯେଉଁଥିରେ ୨୭ କେଜି ଗଞ୍ଜେଇ ମିଳିଛି। ଅଭିଯୁକ୍ତ ଜଣକ କୋଦଳା ଥାନା ଅଞ୍ଚଳର ଅକ୍ଷୟ ଜେନା ବୋଲି ଜଣାପଡିଛି। ଅକ୍ଷୟ ଗଞ୍ଜେଇଗୁଡିକ ଫୁଲବାଣୀ ଜଙ୍ଗଲରୁ ଆଣି କେଜି ୧୫ ହଜାର ଟଙ୍କା ଦରରେ ଗୁଜୁରାଟ ସୁରଟକୁ ଟ୍ରେନ ଯୋଗେ ଚାଲାଣ ପାଇଁ ଉଦ୍ୟତ ହେଉଥିଲେ। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି।

ଗଞ୍ଜେଇ ଚାଲାଣ ଫୁଲବାଣୀ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026
Latest News

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026

ସିଜେପି ର ପ୍ରତିବାଦ ସମୟରେ ହିଂସା!: ୫୦ ରୁ ଅଧିକ ପୋଲିସ ଏବଂ ଯବାନ ଆହତ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.