ପତି ଓ ପତ୍ନୀ କଳହରୁ ମହିଳାଙ୍କ ଆତ୍ମହତ୍ୟା

Published: Nov 3, 2022, 7:52 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ପାରିବାରିକ କଳହରୁ ସାଲେଭଟା ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ସାଲେଭଟା ଗ୍ରାମର ହ୍ରୁଷିକେଶ କିସାନ୍ ଏବଂ ପତ୍ନୀ ବାଇଗଣୀ କିସାନ୍ ମଧ୍ୟରେ ବହୁ ବର୍ଷ ହେଲା ପାରିବାରିକ ଗଣ୍ଡଗୋଳ ଲାଗିରହିଥିଲା। କୋର୍ଟରେ ମଧ୍ୟ ମାମଲା ରହିଥିଲା। ୬ ବର୍ଷ ହେଲା ପତି ପତ୍ନୀ ଏକାଠି ରହୁଥିଲେ ମଧ୍ୟ ପାରିବାରିକ ଅଶାନ୍ତି ଲାଗି ରହିଥିଲା।

ଗତକାଲି ସ୍ବାମୀ ହ୍ରୁଷିକେଶ ମାଡ ମାରିଥିବା ବେଳେ ରାଗରେ ପତ୍ନୀ ସାଲେଭଟା ନିକଟସ୍ଥ ଭାଇ ତଇଳା ନାଳ ପାଖରେ ଆତ୍ମହତ୍ୟା କରିଥିବା ପୋଲିସ୍ ପ୍ରକାଶ କରିଛି। ଏହା ଆତ୍ମ ହତ୍ୟା ନା ହତ୍ୟା କରାଯାଇଛି ତାହା ସନ୍ଦେହ ସ୍ରୁଷ୍ଟି କରିଛି।

ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଛି। ସେପଟେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣା ପଡ଼ିଛି। ମୃତକଙ୍କର ୩ ପୁଅ ଏବଂ ଜଣେ ଝିଅ ଥିବା ବେଳେ ସେମାନେ ସମସ୍ତେ ବିବାହ କରିସାରିଛନ୍ତି।

Related posts