ଖୋର୍ଦ୍ଧା: ପାଞ୍ଚ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଦମ୍ପତି ଗିରଫ

Published: Dec 3, 2022, 11:25 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ବ୍ରାଉନ ସୁଗାର କାରବାର ପାଇଁ ଗାଡ଼ିରେ ଯାଉଥିବା ବେଳେ ମାଡି ବସିଛି ପୋଲିସ ଓ ଜଣେ ଦମ୍ପତିଙ୍କୁ ଗିରଫ କରିଛି।

ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବରୁଣେଇ ରୋଡ ସାଇଡ କେଟି ଗ୍ଲୋବାଲ ସ୍କୁଲ ନିକଟରେ ଏକ ବଡ଼ ଧରଣର ବ୍ରାଉନ ସୁଗାର ଡ଼ିଲ ହେଉଥିବାର ପୋଲିସକୁ ଖବର  ମିଳିଥିଲା। ଏହାପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମ୍ମଦଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ଟାଉନ ଥାନା ଅଞ୍ଚଳର ଦମ୍ପତି ବୃନ୍ଦାବନ ପ୍ରଧାନ ଓ ରୁପା ପ୍ରଧାନ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି।  ଅଭିଯୁକ୍ତ ଦମ୍ପତିଙ୍କ ନିକଟରୁ ପୋଲିସ ୫୧ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୫ ଲକ୍ଷ ୧୦ହଜାର), ନକଦ ୧୧ ହଜାର ଟଙ୍କା ଏବଂ ଏକ ସ୍ବିଫ୍ଟ ଡିଜାଇର କାର ଜବତ କରିଛି।

Related posts