ଖୋର୍ଦ୍ଧାରୁ ୮ ଲକ୍ଷ ଟଙ୍କାର ଧଳା ଜହର ଜବତ

Published: Dec 6, 2022, 6:35 pm IST

ଖୋର୍ଦ୍ଧା: ବର୍ତ୍ତମାନ ଖୋର୍ଦ୍ଧା ସହର ବ୍ରାଉନ ସୁଗାର କବଜାରେ ଥିବା ବେଳେ ଦିନକୁ ଦିନ ସହର ମଧ୍ୟରେ ଧଳା ଜହର ବେପାର ବଢ଼ିବାରେ ଲାଗିଛି l ପୋଲିସ, ଅବକାରୀ ଓ ଏସଟିଏଫ ପୃଥକ ଭାବେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରୁଥିବା ବେଳେ ଆଜି ପୁଣି ଅବକାରୀ ବିଭାଗ ୮ ଲକ୍ଷ ଟଙ୍କାର ଧଳା ଜହର ଖୋର୍ଦ୍ଧାରୁ ଜବତ କରିଛି।

ଖୋର୍ଦ୍ଧା ସରକାରୀ ଡାକ୍ତରଖାନା ନିକଟରେ ଖବର ପାଇ ଆଜି ମଧ୍ୟାହ୍ନରେ ଚଢ଼ାଉ କରିଥିଲା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ। ଏସଆଇ ବି. ମନୋଜ କୁମାର ନେତୃତ୍ୱରେ ଏକ ଟିମ ସମ୍ପୃକ୍ତ ସ୍ଥାନରୁ 80 ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଟାଉନ ଥାନା ନାରାୟଣୀ ନଗର ଅଞ୍ଚଳର ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ନାୟକଙ୍କୁ ଗିରଫ କରିଛି। ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Related posts