Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡ ଡକାୟତି ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ୭ ଦୁର୍ଦାନ୍ତ ଡକାୟତ ଗିରଫ
ଅପରାଧ

ବଡ ଡକାୟତି ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ୭ ଦୁର୍ଦାନ୍ତ ଡକାୟତ ଗିରଫ

December 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଡ ଡକାୟତି ଯୋଜନା ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ୭ ଦୁର୍ଦାନ୍ତ ଡକାୟତ ଗିରଫ

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ କୁ ମିଳିଛି ସଫଳତା। ଡକାୟତ ଯୋଜନା ପଣ୍ଡ କରି ୭ ଦୁର୍ଦାନ୍ତ ଅପରାଧୀ ଙ୍କୁ ବାନ୍ଧିଲା ପୋଲିସ। ଖବର ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟାଉନ ଥାନା ଅନ୍ତର୍ଗତ ଖୋର୍ଦ୍ଧା-ଜଟଣୀ ବାଇପାସ ଗୋଶାଳା ପଡିଆ ନିକଟରେ କିଛି ଦୁର୍ବୁତ୍ତ ଏକ ବଡ ଡକାୟତି ଯୋଜନା କରୁଥିବାର ସୂଚନା ପାଇଥିଲା ପୋଲିସ ।

ବିଳମ୍ବ ନକରି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦ ଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଆବଶ୍ୟକୀୟ ଫୋର୍ସ ସହ ଉକ୍ତ ସ୍ଥାନରେ ରାତି ଅଧିଆ ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ବେଳେ ପୋଲିସ ୭ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁହା ରଡ଼, ପ୍ଲାଷ୍ଟିକ ପାଇପ ଓ ବାଡ଼ି ଜବତ କରିଛି । ଅଭିଯୁକ୍ତମାନେ ହେଲେ ଅବଦୁଲ ମୁବାରକ(୨୧), ଶେଖ ମଜିଦ (୨୩),ଆବିଦ ଖାନ(୩୨),ସାଗର ବରାଳ(୨୫),ଶେଖ ସୁରଜ(୨୨), ଅନିଲ କୁମାର ରାୟ(୨୬) ଏବଂ ମହେଶ୍ୱର ସ୍ୱାଇଁ(୨୬) । ଉକ୍ତ ଅପରାଧୀଙ୍କ ନାମରେ ପୁର୍ବରୁ ଟାଉନ ଥାନାରେ ଏକାଧିକ ମାମଲା ଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ ଥାନାରେ କେସ ନମ୍ବର ୬୬୫/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯଇଥିବା ସୂଚନା ମିଳିଛି ।

ଖୋର୍ଦ୍ଧା ଟାଉନ ଥାନା ପୋଲିସ ସୀତାରାମ ଅଗ୍ରୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଆଜି ଫେବୃୟାରୀ ୨ ତାରିଖ ସୋମବାରରେ ଏହି ରାଶିଗୁଡିକ ଭାଗ୍ୟ ଖୋଲାଲି, ଜାଣନ୍ତୁ ରାଶିଫଳ

February 2, 2026
Latest News

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026

ଭାରତ ବିପକ୍ଷରେ ମ୍ୟାଚ୍ ବର୍ଜନ କଲେ ପାକିସ୍ତାନକୁ କ’ଣ କ୍ଷତି?: ଜାଣନ୍ତୁ ICCର ନିୟମ

February 2, 2026

ଜନଜାତିଙ୍କ କଲ୍ୟାଣ ପାଇଁ ପରିବର୍ତ୍ତନଶୀଳ ବଜେଟ୍, ଓଡ଼ିଶାକୁ ବେଶ୍ ଲାଭବାନ ହେବ: ଜୁଏଲ ଓରାମ

February 2, 2026

ବାୟୋଫାର୍ମା ଶକ୍ତି କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ପ୍ରସ୍ତାବିତ

February 2, 2026

ଭାରତୀୟ ରେଳବାଇ ପାଇଁ 2.93 ଲକ୍ଷ କୋଟିର ରେକର୍ଡ ପୁଞ୍ଜି ବ୍ୟୟବରାଦ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.