ବାଘ ମାରିଲେଣି ଶିକାରୀ, ଏସଟିଏଫ ଜବତ କଲା ବାଘ ଛାଲ, ଜଣେ ଗିରଫ

Published: Dec 14, 2022, 6:20 pm IST
TigerSkin

ଭୁବନେଶ୍ବର: ଆଜି ଏସଟିଏଫ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବେଲପାଳ ଛକରୁ ଜଣେ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରି ବେଆଇନ ବାଘ ଛାଲ ଜବତ କରିଛି। ସୂଚନା ମୁତାବକ ଆଜି ସକାଳେ ବେଲପାଳ ଛକରେ ବେଆଇନ ବାଘ ଛାଲ ଡ଼ିଲ ହେଉଥିବାର ଖବର ପାଇଥିଲା ଏସଟିଏଫ।

 

ବିଳମ୍ବ ନକରି ବାରିପଦା ବନଖଣ୍ଡର ଅଧିକାରୀମାନଙ୍କ ସହାୟତାରେ ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ଦେବାଶିଷ ପାତ୍ର(21) ଙ୍କୁ ଗିରଫ କରିଛି ଏସଟିଏଫ। ତାଙ୍କ ନିକଟରୁ ଏକ ବାଘ ଛାଲ ଜବତ ହୋଇଥିବା ବେଳେ ଏସଟିଏଫ କେସ ନମ୍ବର 31/22 ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ଅପରପକ୍ଷେ ଜବତ ବାଘଛାଲକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନ କୁ ପଠାଯିବ ବୋଲି ଏସଟିଏଫ କହିଛି।

Related posts