Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମହିଳା ପ୍ରଶିକ୍ଷକଙ୍କୁ ଯୌନ ଉତ୍ପୀଡ଼ନ ମାମଲା: ଇସ୍ତଫା ଦେଲେ ହରିୟାଣା କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂ
ଅପରାଧ

ମହିଳା ପ୍ରଶିକ୍ଷକଙ୍କୁ ଯୌନ ଉତ୍ପୀଡ଼ନ ମାମଲା: ଇସ୍ତଫା ଦେଲେ ହରିୟାଣା କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂ

January 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ହରିୟାଣାର କ୍ରୀଡ଼ା ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ସନ୍ଦୀପ ସିଂ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସନ୍ଦୀପ ସିଂ ବିରୋଧରେ ଜଣେ ଜୁନିୟର ମହିଳା ପ୍ରଶିକ୍ଷକ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେ ତାଙ୍କ ଇସ୍ତଫା ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଦେଇଛନ୍ତି। ଅନ୍ୟପକ୍ଷରେ ଡିଜିପିଙ୍କ ଦ୍ୱାରା ତିନି ଜଣିଆ କମିଟି ଗଠନ କରାଯାଇଛି, ଯାହାକି ଏହି ମାମଲାର ଯାଞ୍ଚ କରୁଛି। ତେବେ ସନ୍ଦୀପ ସିଂ ମହିଳା ପ୍ରଶିକ୍ଷକଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଜାଣିଶୁଣି ତାଙ୍କ ଭାବମୂର୍ତ୍ତିକୁ ଖରାପ କରାଯାଉଛି।

ସନ୍ଦୀପ ସିଂ କହିଛନ୍ତି ଯେ, ତାଙ୍କ ଭାବମୂର୍ତ୍ତି ଜାଣିଶୁଣି କ୍ଷୁର୍ଣ୍ଣ କରାଯାଉଛି। ମୋର ଆଶା ଯେ, ମୋ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ମୁଁ କ୍ରୀଡ଼ା ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରୁଛି। ଅନ୍ୟପକ୍ଷରେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କୁ ମହିଳା ପ୍ରଶିକ୍ଷକ ଅମ୍ବାଲାରେ ଭେଟି ଏହି ଘଟଣାର ସଠିକ୍ ଯାଞ୍ଚ ପାଇଁ କହିଛନ୍ତି। ଏହି ସମୟରେ ପୀଡିତା ଗୃହମନ୍ତ୍ରୀଙ୍କୁ ନିଜର ଅତୀତ ବିଷୟରେ ବର୍ଣ୍ଣନା କରିଥିଲେ।

ଘଟଣା କଣ?:

ଜୁନିଅର ମହିଳା ପ୍ରଶିକ୍ଷକ ଅଭିଯୋଗ କରିଛନ୍ତି ଯେ, ୨୦୧୬ ରିଓ ଅଲିମ୍ପିକ୍ସ ପରେ ସନ୍ଦୀପ ସିଂ ଇନଷ୍ଟାଗ୍ରାମରେ ସ୍ନାପଚାଟ ବାର୍ତ୍ତା ପଠାଇଥିଲେ। ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ସନ୍ଦୀପ ତାଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି କହିଥିଲେ ଯେ ତୁମେ ମୋତେ ଖୁସି ରଖ, ମୁଁ ତୁମକୁ ଖୁସି ରଖିବି। ମହିଳାଙ୍କ କହିବାନୁସାରେ, କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂ ମଧ୍ୟ ତାଙ୍କୁ ନିର୍ଯାତନା ଦେଇଥିଲେ। କିନ୍ତୁ କୌଣସି ପ୍ରକାରେ ସେ ନିଜକୁ ରକ୍ଷା କରି ସେଠାରୁ ବାହାରି ଆସିଥିଲେ। ମହିଳା ଜଣକ କହିଛନ୍ତି ଯେ, ଏହା ପରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କୁ ମଧ୍ୟ ହଇରାଣ କରାଯାଇଥିଲା।

ଯୌନ ଉତ୍ପୀଡ଼ନ ସନ୍ଦୀପ ସିଂ ହରିୟାଣା କ୍ରୀଡା ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ: ୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍

July 18, 2026
Latest News

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026

ମିଶନ ଶକ୍ତି ଓ ଇକ୍ରିସାଟ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

July 18, 2026

ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ: ୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍

July 18, 2026

ସୋଆର ୨୦ ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.