Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବହୁ ଚର୍ଚ୍ଚିତ ନାଚୁଣୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ମୃତକଙ୍କ ପତ୍ନୀ
ଅପରାଧ

ବହୁ ଚର୍ଚ୍ଚିତ ନାଚୁଣୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ ମୃତକଙ୍କ ପତ୍ନୀ

January 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ନାଚୁଣୀ: ବହୁ ଚର୍ଚ୍ଚିତ ନାଚୁଣୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମୃତକଙ୍କ ପତ୍ନୀଙ୍କ ସମେତ ଅନ୍ୟ ଦୁଇ ପୁରୁଷ ଗିରଫ ହୋଇଛନ୍ତି। ଏ ନେଇ ଆଜି ଅପରାହ୍ନରେ ନାଚୁଣୀ ଥାନା ପରିସରରେ ଏସପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା।

ଏସପି ଙ୍କ ସୂଚନା ମୁତାବକ ମୃତକ ମନୋରଞ୍ଜନ ମହାପାତ୍ର (୩୫) ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର ନିଲି ଦାସ (୨୫) ଙ୍କୁ ବିବାହ କରିଥିଲେ। ତେବେ ନିଜ ଗ୍ରାମ ରଣପୁରରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ମନୋରଞ୍ଜନଙ୍କର ଅପଡ଼ ହେବାରୁ ସେ ତାଙ୍କ ପରିବାର ସହ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଅଞ୍ଚଳରେ ରହୁଥିଲେ।

ତେବେ ମନୋରଞ୍ଜନ ଜଣେ ଆନ୍ତଃ ଜିଲ୍ଲା ଡକାୟତ ଥିବା ବେଳେ ତାଙ୍କ ବିରୁଦ୍ଧରେ ନୟାଗଡ଼ ଜିଲ୍ଲାର ଦୁଇ ଗୋଟି ଡକାୟତ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି ହୋଇଥିଲା। ସେ ସଦାବେଳେ ମଦ୍ୟପାନ କରି ନିଜ ପତ୍ନୀ ନିଲିଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ।

ଗତ ୨୦ ତାରିଖ ଦିନ ମନୋରଞ୍ଜନ ମଦ୍ୟପାନ କରି ପତ୍ନୀ ନିଲିଙ୍କୁ ଅମାନୁଷିକ ଭାବେ ବାଡେଇଥିଲେ। ଯାହାଫଳରେ ମିଲି ନିଜ ସ୍ୱାମୀଙ୍କଠୁ ମୁକ୍ତି ପାଇବା ପାଇଁ ତାଙ୍କର ହତ୍ୟା ଯୋଜନା କରିଥିଲେ। ଏଥି ପାଇଁ ସେ ଟାଙ୍ଗୀ ଥାନା ଅଞ୍ଚଳର ତାଙ୍କ ସାଙ୍ଗ ବିକ୍ରମ କୁମାର ସାହୁ (୨୯) ଏବଂ ଚାନ୍ଦପୁର ଥାନା ଅଞ୍ଚଳର ସମ୍ପର୍କୀୟ ଭାଇ ମିଟୁ ଦାସ (୨୬) ଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ୨୧ ତାରିଖ ସଂନ୍ଧ୍ୟାରେ ଅଭିଯୁକ୍ତ ବିକ୍ରମ ଚାନ୍ଦପୁର ବଜାରରୁ ଏକ ସୁଟକେସ କିଣି ମନୋରଞ୍ଜନ ଚଣ୍ଡେଶ୍ୱରସ୍ଥିତ ଘରକୁ ଯାଇଥିଲେ। ଏହାପରେ ସମସ୍ତ ୩ ଅଭିଯୁକ୍ତ ମାନେ ମନୋରଞ୍ଜନକୁ ପ୍ରଚୁର ମଦ୍ୟ ପାନ କରାଇ ନିଶାସକ୍ତ ଅବସ୍ଥାକୁ ଆଣିଥିଲେ ଏବଂ ସମସ୍ତେ ମିଶିକରି ମନୋରଞ୍ଜନଙ୍କ ବେକକୁ ଚିପି ମାରିଦେଇଥିଲେ। ଏହାପରେ ଉକ୍ତ ରାତିରେ ମନୋରଞ୍ଜନଙ୍କ ମୃତ ଶରୀରକୁ ସୁଟକେସରେ ଭର୍ତ୍ତିକରି ନାଚୁଣୀ ହରିପୁର ଜଙ୍ଗଲ ମଧ୍ୟକୁ ଫୋପାଡ଼ିଦେଇଥିଲେ।

ତେବେ ଉକ୍ତ ହତ୍ୟାକାଣ୍ଡରେ ସାମିଲ ଥିବା ଉକ୍ତ ତିନି ଅଭିଯୁକ୍ତ ମାନେ ମୁଖ୍ୟ ଅଭିଯୁକ୍ତ ବୋଲି ଏସପି କହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ନାଚୁଣୀ ପୋଲିସ କେସ ନମ୍ବର ୧୧/୨୩ ରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରିରହିଥିବାର ଏସପି ଶ୍ରୀ କଟାରିଆ କହିଛନ୍ତି।

ସେହିପରି ଭାବେ ଏପରି ଏକ ଜଟିଳ ହତ୍ୟାକାଣ୍ଡର ସ୍ୱଳ୍ପ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାଶ କରାଯାଇଥିବାରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା, ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ, ନାଚୁଣୀ ଏସଆଇ କେଶବ ବେହରା ଓ ଟିମକୁ ଏସପି ଧନ୍ୟବାଦ ଦେଇଛନ୍ତି।

ନାଚୁଣୀ ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ ସିଦ୍ଧାର୍ଥ କଟାରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026
Latest News

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.