ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ କୈଳାଶ ଖେରଙ୍କ ଉପରକୁ ଆକ୍ରମଣ, ବୋତଲ ଫିଙ୍ଗିଲା ଅଭିଯୁକ୍ତ

Published: Jan 30, 2023, 12:45 pm IST

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକ ସଙ୍ଗୀତ କନସର୍ଟ ସମୟରେ ହିନ୍ଦୀ ସିନେମାର ଜଣାଶୁଣା ଗାୟକ କୈଳାଶ ଖେରଙ୍କୁ ଆକ୍ରମଣ କରାଯାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୯ ତାରିଖରେ କୈଳାଶ ଖେର କର୍ଣ୍ଣାଟକରେ ଏକ ସଙ୍ଗୀତ କନସର୍ଟ ପାଇଁ ଉପସ୍ଥିତ ଥିଲେ। ଏହି ସମୟରେ ଭିଡ଼ରେ ଉପସ୍ଥିତ ଜଣେ ବ୍ୟକ୍ତି ବୋତଲ ଫିଙ୍ଗି କୈଳାଶ ଖେରଙ୍କୁ ଆକ୍ରମଣ କରିଥିଲେ। ତେବେ ଗାୟକ କେତେ ଆହତ ହୋଇଛନ୍ତି, ଏହି ବିଷୟରେ ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

Related posts