Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା ଟାଉନ ଥାନା ପୋଲିସ କୁ ବଡ଼ ସଫଳତା, ୫୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ
ଅପରାଧ

ଖୋର୍ଦ୍ଧା ଟାଉନ ଥାନା ପୋଲିସ କୁ ବଡ଼ ସଫଳତା, ୫୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

February 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ ସଫଳତା ମିଳିଛି। ତୋଟାପଡା ଛକ ନିକଟରେ ଚଢ଼ାଉ କରି ୫୬ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଆଜି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତକାଲି ଏକ ଯାତ୍ରୀବାହି ଅଟୋରେ ବିପୁଳ ପରିମାଣର ବ୍ରାଉନ ସୁଗାର ଚାଲାଣ ହେବା ନେଇ ପୋଲିସ ଖବର ପାଇଥିଲା। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଦିଲ୍ଲୀପ ଦାସ ଏବଂ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ନେତୃତ୍ୱରେ ତୁରନ୍ତ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା।

ତେବେ ପୂର୍ବାହ୍ନରେ ତୋଟାପଡ଼ା ଛକ ନିକଟରୁ ଉକ୍ତ ଅଟୋକୁ ପୋଲିସ ଠାବ କରିଥିଲା। ଅଟୋ ମଧ୍ୟରୁ ୫୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ପୋଲିସ ଯାହାର ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ।

ଉକ୍ତ ଘଟଣାରେ ଜଣେ ମହିଳାଙ୍କ ସମେତ ଚାରି ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅଞ୍ଚଳର ସୁଷମା ମଲ୍ଲିକ(୩୬), ଶିବ ମଲ୍ଲିକ(୪୨), ଜୟପ୍ରକାଶ ମଲ୍ଲିକ(୨୧) ଏବଂ ରଣପୁର ଥାନା ଅଞ୍ଚଳର ପ୍ରତାପ କୁମାର ମହାପାତ୍ର(୩୩)।

ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ ଥାନାରେ ଏନଡ଼ିପିଏସ ଆଇନ ଧାରା ୨୧(ଗ)/୨୯ ଅନୁଯାୟୀ କେସ ନମ୍ବର ୮୬ /୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ।

ଖୋର୍ଦ୍ଧା ଟାଉନ ଥାନା ପୋଲିସ ବ୍ରାଉନ ସୁଗାର ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଶିକ୍ଷକ ପ୍ରମୋଦ କୁମାର ସାହୁ ପାଇଲେ ଶିକ୍ଷା ରତ୍ନ ସମ୍ମାନ

July 15, 2026
Latest News

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଶିକ୍ଷକ ପ୍ରମୋଦ କୁମାର ସାହୁ ପାଇଲେ ଶିକ୍ଷା ରତ୍ନ ସମ୍ମାନ

July 15, 2026

ପ୍ରତିଶ୍ରୁତି ଦେଇ ପ୍ରତାରଣା ବିରୁଦ୍ଧରେ ରାଜଧାନୀର ରାଜରାସ୍ତାରେ ବିଶାଳ ଶିକ୍ଷକ ସମାବେଶ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.