
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଗତ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ମିନାକ୍ଷୀ ନଗର ଦ୍ଵିତୀୟ ଗଳିରେ ରହୁଥିବା ପ୍ରମୋଦ କୁମାର ନାୟକଙ୍କ ବିବାହିତା ଝିଅ ତଥା ହାଇଦ୍ରାବାଦରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ ସୁଚିସ୍ମିତା ନାୟକ ପିତାଙ୍କ ଘରେ ନିଜର ଓଢଣି ବେକରେ ଗୁଡେଇ ଆତ୍ମହତ୍ୟା କରିଛି। ଏହି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ନେଇଥିଲେ, କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ ଓ ଆତ୍ମହତ୍ୟା ସ୍ଥାନକୁ ଯାଇ ପୋଲିସ ମୃତ ସୁଚିସ୍ମିତାର ଡାଏରୀ ଓ ଲାପଟପ୍ ଜବତ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଝିଅକୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ଅଧିକ ଯୌତୁକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ପିତା ପ୍ରମୋଦ କୁମାର ନାୟକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ପୋଲିସ ଘଟଣାସ୍ଥଳରେ ପହଂଚି ମାମଲା ନଂ ୩୨/୨୩ ଅନୁଯାୟୀ ତଦନ୍ତ ଆରମ୍ଭ କରିବା ସହ ଘଟଣାର ଖୋଳତାଡ଼ ପାଇଁ ଝିଅର ଶ୍ଵଶୁର ଘର ଲୋକଙ୍କୁ ନୋଟିସ ଜାରି କରାଯିବ ବୋଲି କହିଛି।