Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରଣପୁର: ଓମ ଶାନ୍ତି କର୍ମକର୍ତ୍ତାଙ୍କ ସନ୍ଦେହଜନକ ମୃତ୍ୟୁ
ଅପରାଧ

ରଣପୁର: ଓମ ଶାନ୍ତି କର୍ମକର୍ତ୍ତାଙ୍କ ସନ୍ଦେହଜନକ ମୃତ୍ୟୁ

April 15, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଦେବରାଜ ସାହୁଙ୍କ ଝିଅ ସତ୍ୟଭାମା ସାହୁଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେ ପରିବାର ଛାଡି ଦୀର୍ଘ ଦିନ ଧରି ରଣପୁର ଓମ ଶାନ୍ତି ଆଶ୍ରମରେ ରହୁଥିଲେ। ଏପରିକି ରଣପୁର ଓ  ଗୌରାଙ୍ଗପୁରର ଏକ ଭଡା ଘରେ ଚାଲିଥିବା ଓମ ଶାନ୍ତି ଆଶ୍ରମକୁ ଦେଖାଶୁଣା କରିଆସୁଥିଲେ।

ଆଜି ସକାଳ ୧୧ଟା ବେଳେ ତାଙ୍କ ପରିବାର ଲୋକେ ଫୋନ୍ ଯୋଗେ ତାଙ୍କର ସାଥୀ ଠାରୁ ଖବର ପାଇଲେ ଯେ, “ତୁମ ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ତାକୁ ଆମେ ରଣପୁର ଡାକ୍ତରଖାନାକୁ ଆଣିଛୁ, ଜଲଦି ଆସ”। ସେଠାରେ ଡାକ୍ତର ସତ୍ୟଭାମାଙ୍କୁ ଡାକ୍ତରୀ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ଖବର ପାଇ ସେମାନେ ଡାକ୍ତରଖାନାରେ ପହଂଚିବା ପରେ ଝିଅର ମୃତ୍ୟୁ ଘଟିଥିବା ଜାଣିବା ପରେ ତାଙ୍କ ଝିଅକୁ ମାରି ଦେଇଥିବା ସନ୍ଦେହ କରି ରଣପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣାଯାଇଛି। ପରେ ପୋଲିସ୍ ପହଂଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଥିବା ଜଣାଯାଇଛି।

ରଣପୁର ସନ୍ଦେହଜନକ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.