Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନବ ଦାସ ହତ୍ୟାକାଣ୍ଡର ଜଣାପଡିଲା କାରଣ, ୫୪୩ ପୃଷ୍ଠାର ଚାର୍ଯ୍ୟସିଟ ଦାଖଲ କଲା କ୍ରାଇମ ବ୍ରାଞ୍ଚ
ଅପରାଧ

ନବ ଦାସ ହତ୍ୟାକାଣ୍ଡର ଜଣାପଡିଲା କାରଣ, ୫୪୩ ପୃଷ୍ଠାର ଚାର୍ଯ୍ୟସିଟ ଦାଖଲ କଲା କ୍ରାଇମ ବ୍ରାଞ୍ଚ

May 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନବ ଦାସ ହତ୍ୟାକାଣ୍ଡର ଜଣାପଡିଲା କାରଣ, ୫୪୩ ପୃଷ୍ଠାର ଚାର୍ଯ୍ୟସିଟ ଦାଖଲ କଲା କ୍ରାଇମ ବ୍ରାଞ୍ଚ

ଭୁବନେଶ୍ବର: ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡର ଚାର୍ଯ୍ୟସିଟ ଦାଖଲ କରିଛି। ତିନିଜଣିଆ ଟିମ ପ୍ରାରମ୍ଭିକ ୫୪୩ ପୃଷ୍ଠାର ତଦନ୍ତ ରିପୋର୍ଟ କୋର୍ଟରେ ପ୍ରଦାନ କରିଛନ୍ତି।

ଦୀର୍ଘ ଦିନ ଧରି କ୍ରାଇମ ବ୍ରାଞ୍ଚ ଏହି ଚାଞ୍ଚଲ୍ୟ ହତ୍ୟାକାଣ୍ଡର ତଦନ୍ତ କରିବା ପରେ ଏହି ଚାର୍ଯ୍ୟସିଟ ଦାଖଲ କରିଛି। ଏଥିରେ ଗୋପାଳ ଦାସଙ୍କୁ ତଦନ୍ତ ସଂସ୍ଥା ହତ୍ୟାକାରୀ ଭାବେ ଅଭିହିତ କରି ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗୋପାଳ ଦାସ ସୁସ୍ଥ ମସ୍ତିସ୍କରେ ଏହି ହତ୍ୟାକାଣ୍ଡ କରିଛି। ସେ ଏହି ହତ୍ୟା ନିଜ ଜୀବନକୁ ଭୟ କରି ହତ୍ୟା କରିଛି ବୋଲି କୁହାଯାଇଛି।

ଚାର୍ଯ୍ୟସିଟରେ ପ୍ରକୃତରେ କଣ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବିଭିନ୍ନ ସୁତ୍ରରୁ ଜଣାପଡିଛି ଯେ, ନବ ଦାସ ଏବଂ ତାଙ୍କର ସମର୍ଥକଙ୍କୁ ଗୋପାଳ ଭୟ କରୁଥିଲା। କାଳେ ସେମାନେ ତାକୁ ମାରି ଦେବେ, ତା ପୂର୍ବରୁ ସେ ନବ ଦାସକୁ ମାରି ଦେଲା ବୋଲି ଏହି ରିପୋର୍ଟରେ ରହିଛି ବୋଲି କୁହାଯାଇଛି।

ଗୋପାଳ ବିଭିନ୍ନ ସମୟରେ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପାଖକୁ ଯାଇ ବିଭିନ୍ନ ଅଭିଯୋଗ କରୁଥିଲା। ସାହାଯ୍ୟ ପାଇଁ ଅନୁରୋଧ କରୁଥିଲା। ହେଲେ ନବ ଦାସ ତାହା ଶୁଣି ନ ଥିଲେ। ଏହାକୁ ନେଇ ଗୋପାଳର ସନ୍ଦେହ ସୃଷ୍ଟି ହୋଇଥିଲା ଯେ, ନବ ଦାସ ତାଙ୍କ ଉପରେ କାଳେ ରାଗ ରଖିଛନ୍ତି। ସେ ତାଙ୍କ ସମର୍ଥକଙ୍କୁ ଲଗାଇ କାଳେ ତାଙ୍କୁ ହତ୍ୟା କରିଦେବେ ତା ପୂର୍ବରୁ ସେ ନବ ଦାସଙ୍କୁ ହତ୍ୟା କରିଦେଲା।

ନବ ଦାସଙ୍କ ହତ୍ୟା ପରେ ପୋଲିସ ଗୋପାଳ ଦାସଙ୍କୁ ପିସ୍ତଲ ସହିତ ଗିରଫ କରିଥିଲା। ଏହାପରେ ଗୋପାଳ ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ କ୍ରାଇମ ବ୍ରାଞ୍ଚ ତରଫରୁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା।

ଦିଲ୍ଲୀ ଫରେନସିକ୍ ଲ୍ୟାବ୍ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମର ଯାଞ୍ଚ ସହ ନିମହାନ୍ସ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।

ଏ ସବୁ ପରୀକ୍ଷାରେ ତାଙ୍କର ମାନସିକ ସ୍ଥିତି ଠିକ ଥିଲା ବୋଲି କୁହାଯାଇଛି। ତେବେ ଏହାପରେ କ୍ରାଇମ ବ୍ରାଞ୍ଚ ପୁଣି ଥରେ ଏହି ହତ୍ୟାକାଣ୍ଡର ଚୁଡାନ୍ତ ରିପୋର୍ଟ ଦାଖଲ କରିବେ।  ଆସନ୍ତା ୨୯ ତାରିଖରେ ଏହି ହତ୍ୟାକାଣ୍ଡକୁ ଚାରିମାସ ପୁରଣ ହେବ। କାରଣ ଗତ ଜାନୁୟାରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା।

Naba Das କ୍ରାଇମ ବ୍ରାଞ୍ଚ ଗୋପାଳ ଦାସ ନବ ଦାସ ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟରୁ ଜବତ ହେଲା ୧୮୦୦ ଲିଟର ଗଞ୍ଜେଇ ତେଲ, ମୂଲ୍ୟ ୨୦୦ କୋଟି

February 26, 2026

“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

February 26, 2026

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026
Latest News

କୋରାପୁଟରୁ ଜବତ ହେଲା ୧୮୦୦ ଲିଟର ଗଞ୍ଜେଇ ତେଲ, ମୂଲ୍ୟ ୨୦୦ କୋଟି

February 26, 2026

ICC ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଆଧିପତ୍ୟ: ନମ୍ବର-୧ ରେ ବରୁଣ ଚକ୍ରବର୍ତ୍ତୀ ଓ ଅଭିଶେକ ଶର୍ମା

February 26, 2026

“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

February 26, 2026

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.