ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ

Published: Jun 18, 2023, 10:53 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଚଣ୍ଡୀ ସାହି ଛକରେ ବାପି ଦାସ ନାମକ ଜଣେ ଯୁବକ ଘରକୁ ଯାଉଥିବା ବେଳେ ସେହି ଅଞ୍ଚଳର ଶୁଭମ୍ ପାଢ଼ୀ ନାମରେ ଜଣେ ଯୁବକ ଅନ୍ୟ କିଛି ଯୁବକକୁ ନେଇ ବାପିକୁ ଗାଳିଗୁଲଜ କରିଥିଲେ। ବାପି ଆପତ୍ତି କରିବାରୁ ଶୁଭମ୍ ଓ ତା’ର ୪ ଜଣ ସାଙ୍ଗ ମିଶି ବାପି ନିର୍ଦ୍ଧୁମ ମାଡ଼ ମାରିଥିଲେ ଓ ବାପି ତଳେ ପଡ଼ିଯିବା ରୁ ସେ ମରିଗଲା ଭାବି ତାକୁ ଛାଡ଼ିଦେଇ ଚାଲିଗଲେ।

ଖବର ପାଇ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାପିଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇବା ସହ ବାପିଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ଆକ୍ରମଣକାରୀଙ୍କ ପିଚ୍ଛା କରି ପ୍ରଥମେ ଶୁଭମ୍ କୁ ଉଠାଇ ଆଣି ଜେରା କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Related posts