Categories
ଅପରାଧ ଆଜିର ଖବର ଜାତୀୟ ଖବର

ଓମପ୍ରକାଶ ରାଜଭରଙ୍କ ପୁଅ ଅରବିନ୍ଦଙ୍କୁ ସଙ୍ଘବଦ୍ଧ ଆକ୍ରମଣ: କାରରେ ନିଆଁ ଲଗାଇବାକୁ ଉଦ୍ୟମ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଶୀନଗରରେ ସୁଭାସପା ସଭାପତି ଓମପ୍ରକାଶ ରାଜଭାରଙ୍କ ପୁଅ ଅରବିନ୍ଦ ରାଜଭରଙ୍କ ସହ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଏକ ହତ୍ୟା ମାମଲାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଅରବିନ୍ଦ ରାଜଭର ଗ୍ରାମ ସଭାକୁ ଯାଇଥିଲେ।

ଅରବିନ୍ଦ ରାଜଭାରଙ୍କ ସୁରକ୍ଷା କ୍ଷେତ୍ରରେ ବଡ଼ ଧରଣର ଅଘଟଣ ଘଟିଥିବାର ଅଭିଯୋଗ କରି ସୁଭାସପା କର୍ମୀ କହିଛନ୍ତି ଯେ, ତାଙ୍କ କାରକୁ ଚାରିପାଖେ ଘେରି ରହି ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଛି। ଅନ୍ୟପକ୍ଷରେ ଅରବିନ୍ଦ ରାଜଭାର ଏକ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି ଯେ, ପୋଲିସକୁ ବାରମ୍ବାର ଜଣାଇବା ପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ସେ କହିଛନ୍ତି ଯେ, ସ୍ଥାନୀୟ ଗାଁ ମୁଖିଆଙ୍କ ସହ ଦୁଇଶହରୁ ତିନି ଶହ ଲୋକଙ୍କ ଭିଡ ତାଙ୍କ ଗାଡିକୁ ଘେରି ରହି ଇଟା ଓ ପଥର ଫିଙ୍ଗି ଗାଡିଗୁଡିକୁ ଖରାପ କରିଦେଇଥିଲେ।

ଜିଲ୍ଲା ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣି ଅରବିନ୍ଦ ରାଜଭାର କହିଛନ୍ତି ଯେ, ସେ ସେହି ଗାଁର ଚାରି ଜଣଙ୍କ ଦ୍ୱାରା ହତ୍ୟା କରାଯାଇଥିବା ବିଶ୍ୱନାଥ ରାଜଭାରଙ୍କ ପରିବାରକୁ ସାନ୍ତ୍ୱନା ଦେବାକୁ ଯାଇଛନ୍ତି। ଅରବିନ୍ଦ ରାଜଭାରଙ୍କ କହିବାନୁସାରେ, ସେ ପୀଡ଼ିତଙ୍କ ପରିବାରକୁ ଭେଟିବା ପରେ ଫେରୁଥିବା ବେଳେ ଗାଁ ମୁଖିଆଙ୍କ ନେତୃତ୍ୱରେ ୨୦୦ ରୁ ୩୦୦ ଲୋକ ଏକ ଯୋଜନା ବଦ୍ଧ ଭାବେ ତାଙ୍କୁ ଘେରି ଯାଇଥିଲେ। ସେ କହିଛନ୍ତି ଯେ, ଗ୍ରାମ ମୁଖ୍ୟ ମଧ୍ୟ ବିଶ୍ୱନାଥ ରାଜଭାର ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ, କିନ୍ତୁ ସେ କିପରି ଜେଲ ଯାଇନାହାନ୍ତି ତାହା ଜଣା ପଡିନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିତାତଳି ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ୩ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ଆହତ କାମେଶ୍ଵର ବର୍ତ୍ତମାନ ବିଶାଖାପାଟଣର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ପକ୍ଷରେ ବ୍ରହ୍ମପୁର ଏସ୍ ପି ଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ୩ ଜଣ ଅଭିଯୁକ୍ତ ଯଥା କେ କୃଷ୍ଣ ମୁର୍ତ୍ତି, କେ ପାଲେୟା ଓ ଏସ୍ କାହ୍ନେୟାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗାଁ ରେ ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥି ସହିତ ଗାଁ ଛକରେ କିଛି ଉଠା ଦୋକାନୀମାନେ ଖୋଲାଖୋଲି ମଦ ବ୍ୟବସାୟ କରୁଥିବା ଖବର ପୋଲିସ ପ୍ରଶାସନର ହସ୍ତଗତ ପରେ ୪ ଟି କ୍ୟବିନ୍ କୁ ତହସିଲଦାର ତଥା ମାଜିଷ୍ଟ୍ରେଟ ବିଶ୍ବରଂଜନ କହଁରଙ୍କ ଉପସ୍ଥିତିରେ ଭାଙ୍ଗି ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଚଣ୍ଡୀ ସାହି ଛକରେ ବାପି ଦାସ ନାମକ ଜଣେ ଯୁବକ ଘରକୁ ଯାଉଥିବା ବେଳେ ସେହି ଅଞ୍ଚଳର ଶୁଭମ୍ ପାଢ଼ୀ ନାମରେ ଜଣେ ଯୁବକ ଅନ୍ୟ କିଛି ଯୁବକକୁ ନେଇ ବାପିକୁ ଗାଳିଗୁଲଜ କରିଥିଲେ। ବାପି ଆପତ୍ତି କରିବାରୁ ଶୁଭମ୍ ଓ ତା’ର ୪ ଜଣ ସାଙ୍ଗ ମିଶି ବାପି ନିର୍ଦ୍ଧୁମ ମାଡ଼ ମାରିଥିଲେ ଓ ବାପି ତଳେ ପଡ଼ିଯିବା ରୁ ସେ ମରିଗଲା ଭାବି ତାକୁ ଛାଡ଼ିଦେଇ ଚାଲିଗଲେ।

ଖବର ପାଇ ଗୋଷାଣୀ ନୁଆଁଗାଁ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାପିଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇବା ସହ ବାପିଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ଆକ୍ରମଣକାରୀଙ୍କ ପିଚ୍ଛା କରି ପ୍ରଥମେ ଶୁଭମ୍ କୁ ଉଠାଇ ଆଣି ଜେରା କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଓ ଟଙ୍କା ଲୁଟ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ୨ୟ ଗଳିର ଦୀପୁ ନାୟକ ନାମକ ଜଣେ ଯୁବକ ନିଜ ଘର ବାରଣ୍ଡାରେ ଛିଡ଼ା ହୋଇଥିଲେ। ଠିକ ସେତିକିବେଳେ ହଠାତ୍ ୪ ଜଣ ଯୁବକ ସେଠାରେ ପହଞ୍ଚି ଦୀପୁଙ୍କୁ ଗାଳିଗୁଲଜ କରିଥିଲେ। ଏବଂ ସେଠାରୁ ଜବରଦସ୍ତ ମୋଟରସାଇକେଲରେ ବସାଇ ନିକଟସ୍ଥ ଦାଦିମା ମନ୍ଦିର ନିକଟକୁ ନେଇ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଏହା ସହ ଦୀପୁ ଧରିଥିବା ପ୍ରାୟ ଦୁଇ ହଜାର ଟଙ୍କା ନେଇ ଉଭୟ ଫେରାର ହୋଇଯାଇଥିଲେ।

ମାଡ଼ ଖାଇ ଦୀପୁ ଚିତ୍କାର କରିବାରୁ ଅଞ୍ଚଳର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଦୀପକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲେ। ଚିକିତ୍ସା କରିବା ପରେ ଅଭିଯୋଗ ଗ୍ରହଣ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ପଙ୍ଗଳବାଡି ଗ୍ରାମର ଶରତ କୁମାର ସ୍ବାଇଁ ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର ଚାରିଜଣ ଯୁବକ ଅତର୍କିତ ଭାବେ ସଙ୍ଘବଦ୍ଧ ଆକ୍ରମଣ କରିଛନ୍ତି। ଯାହା ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ବୁଗୁଡ଼ା ଥାନା ରେ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ଆକ୍ରମଣକାରୀ ଯୁବକ ରୁତୁ ରା, ଭାଗିରଥି ବିଷୋୟୀ, ପୁର୍ଣ୍ଣ ଚନ୍ଦ୍ର ବିଷୋୟୀ ଓ ସୁଶାନ୍ତ ସ୍ବାଇଁଙ୍କ ନାମରେ ଏତଲା ନଂ ୩୧୫/୨୦୨୩ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଓ ଆକ୍ରମଣ କରିଥିବା ଅନ୍ୟତମ ଯୁବକ ରୁତୁ ରା ଜଙ୍ଗଲରେ ଲୁଚିଥିବା ବେଳେ ତାକୁ ଧରି ଆଣି କୋର୍ଟ ଚାଲାଣ କରାଯାଇଛି। ପୁର୍ବ ଶତ୍ରୁତାରୁ ଏହିଭଳି ଘଟଣା ଘଟିଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ସମ୍ପର୍କୀୟଙ୍କ ସଙ୍ଘବଦ୍ଧ ଆକ୍ରମଣରେ ମହିଳା ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ପାରିବାରିକ କଳି ହେଲା କାଳ। ସାମାନ୍ୟ କଥା କଟାକଟିରୁ ଝଗଡା ଏବଂ ମରଣାନ୍ତକ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏପରି ଘଟଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମରେ। ଉକ୍ତ ଗ୍ରାମର ଉମାକାନ୍ତ ଭୋଳଙ୍କ ପତ୍ନୀ ସୁକୁମାରୀ ଭୋଳଙ୍କୁ ତାଙ୍କରି ସାନ ଜାଆ, ଦିଅର ଏବଂ ପୁତୁରା ସଙ୍ଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ସୁକୁମାରୀଙ୍କ ଜୀବନ ବର୍ତ୍ତମାନ ସଂକଟାପନ୍ନ ଅଛି। ଏ ନେଇ ସୁକୁମାରୀଙ୍କ ଝିଅ ମିତାଞ୍ଜଳି ଭୋଳ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଆଜି ସନ୍ଧ୍ୟା ୭ ଘଟିକାରେ କୌଣସି କାରଣକୁ ନେଇ ସୁକୁମାରୀଙ୍କ ସହ ତାଙ୍କ ପଡିଶା ଘରେ ରହୁଥିବା ତାଙ୍କ ସାନ ଜାଆ ମମତା ଭୋଳଙ୍କ ସହ ପାଟିତୁଣ୍ଡ ହୋଇଥିଲା। ତେବେ ଦେଖୁ ଦେଖୁ ଝଗଡା ଉଗ୍ରରୁପ ନେଲା ଏବଂ ହଠାତ ସୁକୁମାରୀଙ୍କ ମସ୍ତିଷ୍କକୁ ସାନ ଜାଆ ମମତା, ଦିଅର ଯାମିନୀ ଏବଂ ପୁତୁରା ମାନସ ଖଣତି ଏବଂ ଠେଙ୍ଗା ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ। ଯାହାଦ୍ୱାରା ତାଙ୍କ ମସ୍ତିଷ୍କରେ ଏକାଧିକ ଗଭୀର କ୍ଷତ ହେଵା ସହ ପ୍ରଚୁର ରକ୍ତସ୍ରାବ ହୋଇ ସଜ୍ଞାହୀନ ହୋଇ ସେ ତଳେ ପଡିଯାଇଥିଲେ।

ସଙ୍ଗେ ସଙ୍ଗେ କୁମୁଦୁନିଙ୍କୁ ପରିବାର ବର୍ଗ ବାଣପୁର ମେଡିକାଲରେ ଭର୍ତ୍ତି କରିଥିବାବେଳେ ତାଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଅଛି। ସୁକୁମାରୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ମାନଙ୍କୁ ବାଣପୁର ପୋଲିସ ବର୍ତ୍ତମାନ ଖୋଜିବାରେ ଲାଗିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜମିଜମା ବିବାଦକୁ ନେଇ ବାଣପୁରରେ ଖଣ୍ଡା ବୁଲିଲା: ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ଛକରେ ଦୁଇ ଜଣ ବ୍ୟକ୍ତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଦୁଇ ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଅଛି।

ସୂଚନା ମୁତାବକ ଗତକାଲି ରାତି ପାଖାପାଖି ୧୦.୩୦ ସମୟରେ ବାଣପୁର  ଅନ୍ତରକିଆରୀ ଛକରେ ରହୁଥିବା ଶରତ ବଳିୟାରସିଂ ନିଜ  ଘରେ ଖାଇବସିଥିବାବେଳେ  ତାଙ୍କୁ  ଏକ ଅଜଣା ନମ୍ବରରୁ ଘରୁ ବାହାରକୁ ଆସିବାପାଇଁ  ଫୋନ ଆସିଥିଲା। ଶରତ ବାହାରକୁ ଆସିଲାପରେ ପୂର୍ବରୁ ଛପିକି ରହିଥିବା  ୮ ରୁ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦ୍ୱାରା ସଂଘବଦ୍ଧ ଭାବେ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ, ପିଠି  ଏବଂ ଗୋଡ଼କୁ ଖଣ୍ଡାରେ ଚୋଟ ପକାଇଥିଲେ। ଏହା ଦେଖି ଶରତଙ୍କ ପରିବାରବର୍ଗ ଦୁର୍ବୃତ୍ତଙ୍କ କବଳରୁ ଛଡାଇବାକୁ ଚେଷ୍ଟା କରୁଥୁବାବେଳେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଶରତଙ୍କ ପରିବାରବର୍ଗଙ୍କ ନିବେଦନକ୍ରମେ  ପରବର୍ତ୍ତୀ ସମୟରେ ଅନ୍ତରକିଆରୀ ଗ୍ରାମର ମିଟୁ ଦାସ ସହଯୋଗ ଉଦ୍ଦେଶ୍ୟରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଁଚି ଶରତଙ୍କୁ ଚିକିତ୍ସା ପାଇଁ ବାଣପୁର ମେଡ଼ିକାଲକୁ ନେବାପାଇଁ ଉଦ୍ୟତ ହେଉଥିବାସ୍ଥଳେ ଦୁର୍ବୁତ୍ତ ମାନେ ତାଙ୍କୁ ମଧ୍ୟ ବିଭତ୍ସ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହାଦ୍ୱାରା ମିଟୁଙ୍କ ମୁଣ୍ଡ, କାନ ଏବଂ ମୁହଁରେ ଗଭୀର ଆଘାତ ଲାଗିଛି। ସଙ୍ଗେ ସଙ୍ଗେ ଉଭୟଙ୍କୁ ଗ୍ରାମବାସୀ ମାନେ ଗୁରୁତର ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଉଭୟଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି। ଅପରପକ୍ଷେ ଖବର ପାଇ ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସଦଳବଳେ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି।

ତେବେ ପୋଲିସ ବର୍ତ୍ତମାନ ସୁଦ୍ଧା ଏ ସଂକ୍ରାନ୍ତରେ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଜମିଜମା ବିବାଦକୁ ନେଇ ଏପରି ଘଟଣା ଘଟିଛି ବୋଲି  ପ୍ରାଥମିକ ତଦନ୍ତରୁ ଜଣାପଡିଛି।