Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟରେ ମାରପିଟ୍, ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ
ଅପରାଧ

ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟରେ ମାରପିଟ୍, ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ

June 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦାଦା ବଟି ନଦେବାରୁ ଠିକାଦାରଙ୍କୁ ଆକ୍ରମଣ ଅଭିଯୋଗ
ଦାଦା ବଟି ନଦେବାରୁ ଠିକାଦାରଙ୍କୁ ଆକ୍ରମଣ ଅଭିଯୋଗ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବଡଡାକ୍ତରଖାନାରେ ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟରେ ଗାଡ଼ି ଭଡାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ୍ ହୋଇଛି। ଏହି ଘଟଣାରେ ଉଭୟଙ୍କ ପକ୍ଷରୁ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଜ୍ୟୋତିକୃଷ୍ଣ ନାମକ ଜଣେ ଆମ୍ବୁଲାନ୍ସ ଡ଼୍ରାଇଭର ୪ ହଜାର ଟଙ୍କା ଭଡ଼ାରେରେ ଏକ ରୋଗୀକୁ ନେଉଥିବା ବେଳେ ଗୋବିନ୍ଦ ଚନ୍ଦ୍ର ପୁଣ୍ଡି ନାମକ ଅନ୍ୟ ଜଣେ ଡ଼୍ରାଇଭର ସେଠାରେ ପହଞ୍ଚି ଏହି ଭଡ଼ା ୬ ହଜାର ଟଙ୍କାରେ ନେବା ପାଇଁ କହିଥିଲା। ଯ’ଦ୍ଵାରା ଜ୍ୟୋତିକୃଷ୍ଣ ମନାକରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଯାହାଦ୍ୱାରା ଜ୍ୟୋତି କୃଷ୍ଣଙ୍କ ହାତ ଭାଙ୍ଗି ଯାଇଥିଲା।

ଖବର ପାଇ ମାଲିକ ସିମାଞ୍ଚଳ ନାୟକ ପଚାରିବାରୁ ଗୋବିନ୍ଦ ତାଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଥିଲା। ଯାହା ଫଳରେ ମାଲିକ ଓ ଡ଼୍ରାଇଭର ମିଶି ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ନଂ ୨୬୮/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅପରପକ୍ଷରେ ଗୋବିନ୍ଦ ମଧ୍ୟ ପ୍ରଥମେ ସେ ମାଡ଼ ଖାଇ ଆହତ ହୋଇଛି ବୋଲି ଥାନାରେ ଅଭିଯୋଗ କରିଥିଲା।

ପୋଲିସ ଗୋବିନ୍ଦର ଅଭିଯୋଗ ଗ୍ରହଣ କରି ଏତଲା ନଂ ୨୬୯/୨୩ ଅନୁଯାୟୀ ମାମଲା ରୁଜୁ କରି ଉଭୟ ଏତଲାର ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଥାଉକି ବଡଡାକ୍ତରଖାନା ପରିସରରେ ଥିବା ବେସରକାରୀ ଆମ୍ବୁଲାନ୍ସ ଗାଡ଼ିର ଭଡ଼ା ଚୁକ୍ତିର କୌଣସି ନିର୍ଧାରଣ ନାହିଁ କି କର୍ତ୍ତୁପକ୍ଷଙ୍କ ତରଫରୁ କୌଣସି ଲଗାମ୍ ନଥିବାରୁ ଏହି ଭଳି ଅଶାନ୍ତ ପରିବେଶ ସୃଷ୍ଟି ହେଉଛି। ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

ଆମ୍ବୁଲାନ୍ସ ଡ଼୍ରାଇଭର ବୈଦ୍ୟନାଥ ପୁର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.