ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟରେ ମାରପିଟ୍, ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ

Published: Jun 23, 2023, 12:54 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବଡଡାକ୍ତରଖାନାରେ ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟରେ ଗାଡ଼ି ଭଡାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ୍ ହୋଇଛି। ଏହି ଘଟଣାରେ ଉଭୟଙ୍କ ପକ୍ଷରୁ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଜ୍ୟୋତିକୃଷ୍ଣ ନାମକ ଜଣେ ଆମ୍ବୁଲାନ୍ସ ଡ଼୍ରାଇଭର ୪ ହଜାର ଟଙ୍କା ଭଡ଼ାରେରେ ଏକ ରୋଗୀକୁ ନେଉଥିବା ବେଳେ ଗୋବିନ୍ଦ ଚନ୍ଦ୍ର ପୁଣ୍ଡି ନାମକ ଅନ୍ୟ ଜଣେ ଡ଼୍ରାଇଭର ସେଠାରେ ପହଞ୍ଚି ଏହି ଭଡ଼ା ୬ ହଜାର ଟଙ୍କାରେ ନେବା ପାଇଁ କହିଥିଲା। ଯ’ଦ୍ଵାରା ଜ୍ୟୋତିକୃଷ୍ଣ ମନାକରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଯାହାଦ୍ୱାରା ଜ୍ୟୋତି କୃଷ୍ଣଙ୍କ ହାତ ଭାଙ୍ଗି ଯାଇଥିଲା।

ଖବର ପାଇ ମାଲିକ ସିମାଞ୍ଚଳ ନାୟକ ପଚାରିବାରୁ ଗୋବିନ୍ଦ ତାଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଥିଲା। ଯାହା ଫଳରେ ମାଲିକ ଓ ଡ଼୍ରାଇଭର ମିଶି ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ନଂ ୨୬୮/୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅପରପକ୍ଷରେ ଗୋବିନ୍ଦ ମଧ୍ୟ ପ୍ରଥମେ ସେ ମାଡ଼ ଖାଇ ଆହତ ହୋଇଛି ବୋଲି ଥାନାରେ ଅଭିଯୋଗ କରିଥିଲା।

ପୋଲିସ ଗୋବିନ୍ଦର ଅଭିଯୋଗ ଗ୍ରହଣ କରି ଏତଲା ନଂ ୨୬୯/୨୩ ଅନୁଯାୟୀ ମାମଲା ରୁଜୁ କରି ଉଭୟ ଏତଲାର ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଥାଉକି ବଡଡାକ୍ତରଖାନା ପରିସରରେ ଥିବା ବେସରକାରୀ ଆମ୍ବୁଲାନ୍ସ ଗାଡ଼ିର ଭଡ଼ା ଚୁକ୍ତିର କୌଣସି ନିର୍ଧାରଣ ନାହିଁ କି କର୍ତ୍ତୁପକ୍ଷଙ୍କ ତରଫରୁ କୌଣସି ଲଗାମ୍ ନଥିବାରୁ ଏହି ଭଳି ଅଶାନ୍ତ ପରିବେଶ ସୃଷ୍ଟି ହେଉଛି। ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

Related posts