Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜାତୀୟ ରାଜପଥରେ ସମାନ ଧରଣର ଲୁଟର ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ, ୩ ଗିରଫ
ଅପରାଧ

ଜାତୀୟ ରାଜପଥରେ ସମାନ ଧରଣର ଲୁଟର ପର୍ଦ୍ଦାଫାଶ କଲା ଟାଙ୍ଗୀ ପୋଲିସ, ୩ ଗିରଫ

July 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କିଛି ଦିନ ଧରି ଏନଏଚ ୧୬ ରେ ଲୁଟ୍ ଆତଙ୍କ ମଚାଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି ଟାଙ୍ଗୀ ପୋଲିସ୍। ଏ ନେଇ ଟାଙ୍ଗୀ ଥାନାରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ପ୍ରେସ୍ ମିଟ୍ ଜରିଆରେ ସୁଚନା ଦେଇଛନ୍ତି। ଗତ କିଛି ଦିନ ଧରି ୧୬ ନଂ ଜାତୀୟ ରାଜପଥରେ ଯାଉଥିଵା ମହିଳାମାନଙ୍କୁ ଏହି ଲୁଟେରାମାନେ ଟାର୍ଗେଟ୍ କରୁଥିଲେ।

ମହିଳାମାନଙ୍କ ଠାରୁ ବାଇକରେ ଆସି ଭ୍ୟାନିଟ୍ ବ୍ୟାଗ୍ ଝାମ୍ପି ନେବା ସହ ସୁନା ହାର ଛିନତାଇ କରୁଥିଲେ। ଫଳରେ ମହିଳାମାନେ ସ୍କୁଟି ଏବଂ ବାଇକରୁ ପଡି ଗୁରୁତର ହୋଇଥିଲେ। ଗତ କିଛିଦିନ ତଳେ ଟାଙ୍ଗୀ ବାଇପାସ୍ ରେ ଦୁଇ ଜଣ ମହିଳାଙ୍କଠାରୁ ଝାମ୍ପି ନେବା ବେଳେ ୨ ଜଣ ମହିଳା ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହୋଇଥିଲେ। ଲୁଟର ଶୀକାର ହୋଇଥିବା ମହିଳାମାନଙ୍କ ଠାରୁ ଅଭିଯୋଗ ପାଇଵା ପରେ ପୋଲିସ ଆରମ୍ଭ କରିଥିଲା ଅପରେସନ୍।

ଏସପି ଶ୍ରୀ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଥାନା ପକ୍ଷରୁ ୩ ଟି ଟିମ୍ ଗଠନ କରାଯାଇଥିଲା। ପୋଲିସ ନିରାକାରପୁର ଓ ଟାଙ୍ଗୀର ବିଭିନ୍ନ ଅଂଚଳରେ ଚଢାଉ କରି ୩ ଜଣ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡିଛି। ୩ ଜଣ ଜାତୀୟ ରାଜପଥ ଲୁଟେରା ହେଲେ ରାମେଶ୍ୱର ମଙ୍ଗଳାସାହିର କାଳିଆ ଓରଫ ଲଳିତ କୁମାର ପଣ୍ଡିତ( ୩୦ ), ନିରାକାରପୁର ଖଜୁରୀ ପଡାର ଡାକା ଓରଫ ଅନିଲ କୁମାର ସୁନ୍ଦରାୟ(୨୭) ଓ ରଣପୁର ଥାନା ଗୋପାଳପୁର ବଘେଇ ସାହିର ସାଗର ମହାପାତ୍ର( ୨୩)।

ଏହା ସହ ଚୋରା ସୁନା ଗହଣା କିଣିଥିବା ଅଭିଯୋଗରେ ଜଣେ ଚୋରା ବେପାରୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଚୋରା ବେପାରୀ ହେଲେ ପୁରୀ ଜିଲା ଗଡିଶାଗଦା ଥାନା ରାୟଗରପୁରର ବିଭୁତି ଭୁଷଣ ସାହୁ ଓରଫ ବିଭୁ। ଗିରଫ ଲୁଟେରାମାନଙ୍କ ଠାରୁ ୨ ଟି ସୁନା ଚେନ, ୧ ଟି ସୁନା ହାର, ୩ ଟି ସୁନା ମୁଦି, ୪ ଟି ମୋବାଇଲ ଫୋନ୍, ୨ ହଳ ସୁନା ଚୁଡି ଏବଂ ୩ ଟି ଭ୍ୟାନିଟ୍ ବ୍ୟାଗ୍ ଜବତ କରିଛି ପୋଲିସ୍। ଏହା ସହ ଲୁଟରେ ବ୍ୟବହାର ହୋଇଥିବା ୨ ଟି ସ୍ପିଡ୍ ବାଇକ ମଧ୍ୟ ଜବତ କରିଛି ପୋଲିସ।

ଉକ୍ତ ପ୍ରେସ ମିଟରେ ଏସପିଙ୍କ ସମେତ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ଉପସ୍ଥିତ ଥିଲେ।

ଜାତୀୟ ରାଜପଥ ଟାଙ୍ଗୀ ପୋଲିସ ଲୁଟ ସିଦ୍ଧାର୍ଥ କଟାରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.