
ଭୁବନେଶ୍ବର: ଶେଷରେ ଭୁବନେଶ୍ବରର ଥାନା ପୋଲିସକୁ ଧରିବାରେ ସଫଳ ହୋଇଛି ରାଜ୍ୟ ଭିଜିଲାନ୍ସ। ଆଜି ଲାଞ୍ଚ ନେଉଥିବା ବେଳେ ସହିଦନଗର ଥାନା ଏଏସଆଇଙ୍କୁ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଛି। ସେ ହେଉଛନ୍ତି ଏଏସଆଇ ମମତା ବସ୍ତିଆ। ତାଙ୍କଠାରୁ ଭିଜିଲାନ୍ସ ସମସ୍ତ ଟଙ୍କା ଜବତ କରିବା ସହିତ ଅଟକ ରଖିଛି।
ଘଟଣାରୁ ଜଣାପଡିଛି ଯେ, ଜଣେ ମହିଳାଙ୍କ ମାମଲା ରଫାଦଫା କରିବା ପାଇଁ ସେ ୧୫ ହଜାର ଟଙ୍କା ଦାବୀ କରିଥିଲେ। ସେ ସେହି ଘଟଣାର ତଦନ୍ତ ଅଧିକାରୀ ଥିଲେ। ଅଭିଯୋଗକାରୀଣି ଏ ନେଇ ଭିଡିଲାନ୍ସରେ କହିବା ପରେ ସମସ୍ତ ପ୍ରସ୍ତୁତି କରାଯାଇ ତାଙ୍କୁ ଧରାଯାଇଥିଲା। ଏହି ଟ୍ରାପ ସହିତ ତାଙ୍କୁ ଦୁଇଟି ସ୍ଥାନରେ ଏକ କାଳିନ ଚଢାଉ କରାଯାଇଛି।