Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନକଲି ଡାକ୍ତର ଗିରଫ
ଅପରାଧ

ନକଲି ଡାକ୍ତର ଗିରଫ

July 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଢେଙ୍କାନାଳ ଜିଲ୍ଲା ସଣ୍ଡା ଗ୍ରାମର ଶୁଭ୍ରଜିତ୍ ପଣ୍ଡା ନାମକ ଜଣେ ନକଲି ଡାକ୍ତରକୁ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନା ଅନୁଯାୟୀ, ଯୁକ୍ତ ଦୁଇ ପାଠ ପଢିଥିବା ନକଲି ଡାକ୍ତର ଶୁଭ୍ରଜିତ୍ ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ କଟକ ରାଣୀହାଟ ଅଂଚଳରେ ଏକ କ୍ଲିନିକ୍ ଚଳାଇବା ସହ ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଉସ୍ତା ଗ୍ରାମରେ ଏକ ଶାଖା ଖୋଲି ପ୍ରତ୍ୟେକ ଶନିବାର ଦିନ ରୋଗୀ ଚିକିତ୍ସା କରୁଥିଲେ। ଗତ କିଛି ଦିନ ତଳେ ସେହି ଅଞ୍ଚଳରେ ଜଣେ ବୃଦ୍ଧା ଜ୍ୱର ରୋଗରେ ପୀଡିତ ହୋଇ ଶୁଭ୍ରଜିତ୍ ପାଖରେ ୩ ଶହ ଟଙ୍କା ଦେଇ ଚିକିତ୍ସିତ ହେବା ସହ ଔଷଧ ନେଇ ଖାଇଥିଲେ ମଧ୍ୟ ଜ୍ୱର ରୋଗର ପରିମାଣ ବୃଦ୍ଧି ପାଇଥିଲା। ଏହି ନକଲି ଡାକ୍ତର କୁ ସମସ୍ୟା ସମ୍ପର୍କରେ ଜଣାଇଲେ ମଧ୍ୟ ସେ ଗୁରୁତ୍ବ ନଦେଇ ବାରମ୍ବାର ଔଷଧ ଲେଖି ଚାଲିଥିଲେ।

ଏହି ଭଳି ପରିସ୍ଥିତିରେ ବୃଦ୍ଧା ଜଣଙ୍କୁ ପରିବାର ଲୋକେ ଭୁବନେଶ୍ବରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ କରି ଘରକୁ ଫେରି ଆସି ଉକ୍ତ ଘଟଣା ବିଷୟରେ ବ୍ରହ୍ମପୁର ଏସ୍ ପି ଙ୍କୁ ଅଭିଯୋଗ କରିଥିଲେ। ଏସ୍ ପି ମହଦେୟ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଏକ ଟିମ୍ ଗଠନ କରି ଗତକାଲି ଡେଙ୍ଗାଉସ୍ତା ସ୍ଥିତ କ୍ଲିନିକ୍ ରେ ଚଢ଼ାଉ କରି ଶୁଭ୍ରଜିତ୍ କୁ ଅଟକ ରଖି ପଚରାଉଚୁରା କରିବା ବେଳେ ତାର ସବୁ କଳାକାରନାମା ପଦା ପଡ଼ିଥିଲା।

ଏତଦବ୍ୟତୀତ ନକଲି ଡାକ୍ତର ଶୁଭ୍ରଜିତ୍ ର କଟକ ରାଣୀହାଟ ସ୍ଥିତ କ୍ଲିନିକ୍ ରେ ଚଢ଼ାଉ କରି ବହୁ ନକଲି କାଗଜ ପତ୍ର ପୋଲିସ ଜବତ କରିଛି।

ପ୍ରକାଶ ଥାଉକି ଶୁଭ୍ରଜିତ୍ ନିଜକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି ପରିଚୟ ଦେଇ ତେଲେଙ୍ଗାନାର ଏକ କର୍ମଶାଳାରେ ଭାଗ ନେଇ ଧରାପଡ଼ି ଜେଲ ଯାଇଥିବାର ପ୍ରମାଣ ମିଳିଥିବା ଜଣାପଡିଛି।

ଗିରଫ ନକଲି ଡାକ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Latest News

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.