Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଶିକ୍ଷୟିତ୍ରୀଙ୍କୁ ଚପଲରେ ପିଟିବା ଘଟଣାକୁ ଘୋର ନିନ୍ଦା: ଦୃଢ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି
ଅପରାଧ

ଶିକ୍ଷୟିତ୍ରୀଙ୍କୁ ଚପଲରେ ପିଟିବା ଘଟଣାକୁ ଘୋର ନିନ୍ଦା: ଦୃଢ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି

July 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତ ଶଗଡ଼ଶୂଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ଶ୍ରେଣୀ ଗୃହରେ ଅଭିଭାବକ ଚପଲରେ ମାଡ଼ ମାରିବା ଘଟଣାକୁ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି।

ବିଭିନ୍ନ ସମୟରେ ଅଭିଭାବକ ଆକ୍ରୋଶମୂଳକ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଭୟାଭୟ ଚିତ୍ର ଏବଂ ଘଟଣା ସାମ୍ନାକୁ ଆସୁଅଛି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେବାକୁ ପଡୁଛି।

ସରକାର ସମସ୍ତ ବିଦ୍ୟାଳୟ ଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି ସତ, କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଜାଗାରେ ଅଭିଭାବକଙ୍କ ଦ୍ୱାରା ବା ସ୍ଥାନୀୟ ଅସାମାଜିକ ବ୍ୟକ୍ତି ମାନଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ଯେଉଁ ଦେଶରେ ଗୁରୁଙ୍କୁ ସାଧାରଣ ମଣିଷ ନୁହଁ ଈଶ୍ୱର ବୋଲି ସମ୍ବୋଧନ କରାଯାଇଥାଏ ଆଜି ସେହି ଗୁରୁ ସୁରକ୍ଷିତ ନୁହଁ।

କେତେବେଳେ କିଏ ନିଶାଶକ୍ତ ଅବସ୍ଥାରେ ବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ମରଣାସ୍ତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆକ୍ରମଣ କରୁଛି ତ କେତେବେଳେ ଚପଲ। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ।  ଭବିଷ୍ୟତ ଗଢ଼ୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟ ସମୟରେ ଆକ୍ରମଣ ଘଟଣା କିଛି ନୂଆ ନୁହଁ। ଯାହା ବିଦ୍ୟାଳୟରେ ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛି। ସରକାର ଏହା ପାଇଁ ଏକ ଦୃଢ ଆଇନ ଆଣିବାର ଆବଶ୍ୟକତା ରହିଛି।

ବିଭିନ୍ନ ବିଦ୍ୟାଳୟରେ ପାଚେରୀ, ଫାଟକ ଓ ଚପରାଶି ନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଅବାଧରେ ବିଦ୍ୟାଳୟକୁ ପ୍ରବେଶ କରୁଛନ୍ତି। ଶିକ୍ଷା ଅଧ‌ିକାର ଆଇନ ଅଧୁନିୟମ- ୨୦୧୦ରେ ସରକାର ଉଲ୍ଲେଖ କରିଛନ୍ତି କି ସମସ୍ତ ବିଦ୍ୟାଳୟରେ ପାଚେରୀ, ଫାଟକ , ଖେଳପଡ଼ିଆ, ଲାଇବ୍ରେରୀ, ଖେଳ ସାମଗ୍ରୀ ଆଦି ଅନେକ ସୁବିଧା ସୁଯୋଗ ଦେବେ।

କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ବିଦ୍ୟାଳୟକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ନାହାଁନ୍ତି। ସମସ୍ତ ବିଦ୍ୟାଳୟରେ କିରାଣୀ, ପିଅନ, ରାତ୍ରୀ ଜଗୁଆଳି ନିଯୁକ୍ତି କରିବା ପାଇଁ ଶିକ୍ଷକ ସଂଘ ତରଫରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି। ଯାହାଫଳରେ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟକୁ ଆସି ଶିକ୍ଷକମାନଙ୍କୁ ଆକ୍ରମଣ କରିବା ସହିତ ଶିକ୍ଷାଦାନରେ ବାଧା ଦେଉଛନ୍ତି।

ପ୍ରକାଶଥାଉକି, କଟକ ଜିଲ୍ଲା ନିଆଳି ବ୍ଲକରେ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଅସାମାଜିକ ଯୁବକ କଟୁରୀରେ ହାଣି ରକ୍ତାକ୍ତ କରିଥିଲେ। ଏହିଭଳି ଅସାମାଜିକ ବ୍ୟକ୍ତିମାନେ ବିଦ୍ୟାଳୟରେ ପଶି ଶିକ୍ଷକମାନଙ୍କୁ ଆକ୍ରମଣ କରୁଥିବାରୁ ସରକାର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଦୃଢ ଆଇନ ପ୍ରଣୟନ କରନ୍ତୁ ବୋଲି ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ, ମିଡ଼ିଆ ସମ୍ପାଦକ ଚନ୍ଦ୍ରକାନ୍ତ ପଣ୍ଡା, କୋଷାଧକ୍ଷ ପଞ୍ଚାନନ ଜେନା ଏବଂ ଆବାହକ ନିରୋଦ ରଥ ଦାବି କରିଛନ୍ତି ପୁନଶ୍ଚ ଉପଯୁକ୍ତ ତଦନ୍ତ କରି ଯେଉଁ ବ୍ୟକ୍ତି/ମହିଳା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କରିଛନ୍ତି।

ବାଲେଶ୍ଵର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.