
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ କୁପାଟି ଗ୍ରାମରେ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ନାମକ ଜଣେ ମିଟର ରିଡରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ନିହତ ଲକ୍ଷ୍ମୀ ନାରାୟଣଙ୍କ ଘର ଗାଲେରୀ ଗ୍ରାମ ବୋଲି ଜଣାପଡ଼ିଛି। ଆଜି ସେ କୁପାଟି ଗ୍ରାମକୁ ମିଟର ରିଡିଂ ପାଇଁ ଯାଇଥିବା ବେଳେ ଗୋବିନ୍ଦ ସେଠୀ ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ବିଲ୍ ଅଧିକ ଆସୁଥିବା ବିଷୟରେ ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ଗୋବିନ୍ଦ ଏତେ କ୍ରୋଧିତ ହୋଇଥିଲେ ଯେ, ଏକ ଧାରୁଆ ଅସ୍ତ୍ରରେ ଲକ୍ଷ୍ମୀ ନାରାୟଣଙ୍କ ବେକକୁ ଆଘାତ କରିଥିଲେ। ଯାହାଫଳରେ ଲକ୍ଷ୍ମୀ ନାରାୟଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣଙ୍କ ହାତରେ ଗଭୀର ଆଘାତ ଲାଗିଛି।
ଆକ୍ରମଣକାରୀ ଗୋବିନ୍ଦ ତଳେ ପଡିଯିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇ ପୋଲିସ ଜରିଆରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ସବୁ ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।