ବାଣପୁରରେ ସ୍ପଷ୍ଟ ଦିବାଲୋକରେ ସଂଘବଦ୍ଧ ଆକ୍ରମଣ, ଗୁରୁତର ଯୁବକଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର

Published: Oct 2, 2023, 2:06 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଜଣେ ଯୁବକଙ୍କୁ ସ୍ପଷ୍ଟ ଦିବାଲୋକରେ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବାଣପୁର ସାନହନ୍ତୁଆଡ଼ ଗ୍ରାମର ଶିବ ପାଇକରାୟ ନାମକ ଯୁବକଙ୍କୁ ବରଡ଼ି ଛକରେ ସଂଘବଦ୍ଧ ଭାବେ କିଛି ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ଫଳରେ ଶିବ ଗୁରୁତର ଆହତ ହେବା ସହ ତାଙ୍କ ଶରୀରରେ ଏକାଧିକ କ୍ଷତ ହୋଇଥିବା ଜଣାପଡିଛି। ତାଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର କ୍ୟାପିଟାଲ ହସ୍ପିଟାଲଙ୍କୁ ସ୍ଥାନାନ୍ତରିତ କରିଛନ୍ତି।

ଏ ନେଇ ଶିବ ଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଆକ୍ରମଣକାରି ମାନେ ଫେରାର ହୋଇଯାଇଥିବା ଜଣାପଡିଛି।

Related posts